Thursday, March 28, 2024

Top 5 This Week

Related Posts

୨ଟି ଜୋନ ପାଇଁ ୧୩ ଜଣ ଜିଲ୍ଲା ପରିଷଦ ପାର୍ଥି ଙ୍କ ନାମାଙ୍କନ ପତ୍ର ଦାଖଲ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୪/୧) : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ୨ଟି ଜୋନ ର ଜିଲା ପରିଷଦ ସଦସ୍ୟ ପାଇଁ ୧୩ ଜଣ ପାର୍ଥି ନାମାଙ୍କନ ପତ୍ର ରାୟଗଡା ଉପଜିଲାପାଳଙ୍କ ଠାରେ ଦାଖଲ କରିଛନ୍ତି ।

୨ଟି ଜୋନ ପାଇଁ ଉକ୍ତ ବ୍ଲକରେ କଲ୍ୟାଣସିଂହପୁର, ସିଙ୍ଗାରି, ଧାମୁଣିପଙ୍ଗା, ନାରାୟଣପୁର, କରପା, ବୁଡ଼ାଗୁଡା, ପାର୍ଶାଲି ୭ଟି ପଞ୍ଚାୟତ କୁ ନେଇ ‘କ’ ଜୋନ ଓ ସେରିଗୁମ୍ମା, ଶିକରପାଇ, ମାଝୀଗୁଡା, ପୂଜାରୀଗୁଡା, ସୁନାଖଣ୍ଡି, ପଲମା, କନ୍ଧକାତିପାଡୁ ୭ଟି ପଞ୍ଚାୟତ ‘ଖ’ ଜୋନ ରେ ରହିଛି । ‘ କ’ ଜୋନରେ ଅଣ ସଂରକ୍ଷିତ ପୁରୁଷ ପଦବୀ ରହିଥିବାରୁ କଂଗ୍ରେସ ପକ୍ଷରୁ ଅଶ୍ୱିନୀ କୁମାର ମହାପାତ୍ର, ବିଜେଡି ପକ୍ଷରୁ ଭି ୱାରା ପ୍ରସାଦ ରାଓ, ବିଜେପି ପକ୍ଷରୁ ସିନ୍ଧୁ କୁଲେସିକା, ବହୁଜନ ସମାଜ ପାର୍ଟ ପକ୍ଷରୁ ଶିବରାମ କାଡ୍ରାକା, କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ମାନୁ ସିକକା, ସ୍ୱାଧୀନ ପାର୍ଟି ପକ୍ଷରୁ ସୁନ୍ଦର ରାଓ ବାଗ ଓ ସାମ୍ବାଦିକ ତଥା କଳାକାର ସନ୍ତୋଷ କୁମାର ବଛା ପ୍ରତିଦ୍ବନ୍ଦିତା କରୁଥିବା ବେଳେ ‘ଖ’ ଜୋନ ରେ ଅନୁସୂଚିତ ଜନଜାତି ମହିଳା ପଦବୀ ରହିଥିବାରୁ ୬ ଜଣ କଂଗ୍ରେସ ପକ୍ଷରୁ ସ୍ୱାତୀ ସାତାନା, ବିଜେଡି ପକ୍ଷରୁ ବୋମି ଗୌରିଦେବୀ, ବିଜେପି ପକ୍ଷରୁ ଅନୁସାୟା ନୀଳଗିରି, ବହୁଜନ ସମାଜ ପାର୍ଟି ପକ୍ଷରୁ ଶାନ୍ତି ହୁଇକା, ସ୍ୱାଧୀନ ପାର୍ଟି ପକ୍ଷରୁ ଗେମ୍ବାଲି ପ୍ରଭାସିନୀ ଓ ସାତାନା ଶିବାନୀ ପ୍ରାର୍ଥୀ ମଧ୍ୟରେ ପ୍ରତିଦ୍ବନ୍ଦିତା କରାଯିବ ବୋଲି ଜଣାପଡିଛି ।

ଏହି ପ୍ରାର୍ଥୀ ମାନେ ଚଳିତ ମାସ ୧୭ ରୁ ୨୧ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ବା ମନୋନୟନ ପତ୍ର ରାୟଗଡା ଉପ ଜିଲ୍ଲାପାଳ ଙ୍କ ଠାରେ ଦାଖଲ କରିଥିଲେ । ତାହା ୨୨ ତାରିଖରେ ମନୋନୟନ ପତ୍ର ଯାଞ୍ଚ କରାଯାଇଥିଲା । ଆସନ୍ତା କାଲି ୨୫ ତାରିଖରେ ପ୍ରାର୍ଥୀତ୍ୱ ପ୍ରତ୍ୟାହାର କରିବା ର ରହିଛି । ଏଥିରେ କେଉଁ ପ୍ରାର୍ଥୀ ନିଜ ପ୍ରାର୍ଥୀତ୍ୱ ପତ୍ର ପ୍ରତ୍ୟାହାର କରିବେ ତାହା ଦେଖିବାକୁ ରହିଛି । ଅନ୍ୟ ବଳକା ପ୍ରାର୍ଥୀ ମଧ୍ୟରେ କିପରି ପ୍ରତିଦ୍ବନ୍ଦିତା କରି କିଏ ବାଜିମାରିବ ଦେଖିବାକୁ ରହିଛି । ସମସ୍ତ ଦଳ ମଧ୍ୟରେ ଅଙ୍କ କସା ଆରମ୍ଭ ହୋଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles