ଆନ୍ତଃରାଜ୍ୟ ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗଙ୍କୁ ଧରିବାରେ ବଲାଙ୍ଗିର ପୋଲିସ ର ସଫଳତା

0
211
ଆନ୍ତଃରାଜ୍ୟ ମୋବାଇଲ୍‌

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୨୪/୦୧) : ରାଜ୍ୟ ର ବଲାଙ୍ଗୀର ଜିଲ୍ଲା ଓ ବିଭିନ୍ନ ଜିଲ୍ଲା ରୁ ମୋବାଇଲ ଲୁଟ, ଚୋରି, ରାହାଜନୀ କରି ଆସୁଥିବା ଆନ୍ତଃରାଜ୍ୟ ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗ ର ଅଭିଯୁକ୍ତ ଙ୍କୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଗିରଫ କରି ଥିବା ନେଇ ସୂଚନା ଦିଆଯାଇଛି । ବଲାଙ୍ଗିର ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗ ର ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ ଆନ୍ତଃରାଜ୍ୟ ମୋବାଇଲ୍‌ ଲୁଟ ମାମଲାରେ ସଂଶ୍ଲିଷ୍ଟ ତିନି ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କଠାରୁ ୧୧୩ ଟି ଦାମୀ ମୋବାଇଲ ଜବତ କରିଛି ବଲାଙ୍ଗିର ପୋଲିସ । ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ସହର ର ରମାଇ ଟକିଜ ନିକଟସ୍ଥ ଏକ ମୋବାଇଲ ଦୋକାନ ରୁ ଗତ ୧୪ ତାରିଖ ରାତିରେ ୫୦ ଲକ୍ଷ ଟଙ୍କାର ମୋବାଇଲ ଲୁଟ ହୋଇଥିଲା । ବଲାଙ୍ଗିର ପୋଲିସ ଘଟଣା ର ତଦନ୍ତ କରି ବିହାର ରାଜ୍ୟରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୧୩ ଟି ଦାମୀ ମୋବାଇଲ ମଧ୍ୟ ଜବତ ହୋଇଛି ।

ଜବତ ହୋଇଥିବା ମୋବାଇଲର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଲୁଟେରାମାନେ ଚୋରି ମୋବାଇଲ ନେପାଳ କୁ ଚାଲାଣ କରିବାକୁ ଉଦ୍ୟମ ପୂର୍ବରୁ ବଲାଙ୍ଗିର ପୋଲିସ ଅଭିଯୁକ୍ତମାନଙ୍କୁ କାବୁ କରିଥିବା ସୂଚନା ଦେଇଛନ୍ତି । ଏ ସଂପର୍କରେ ଏକ ପ୍ରେସ୍‌ ମିଟ୍‌ରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ନୀତିନ୍‌ କୁଶଲକର । ପ୍ରକାଶ ଯେ, ଏହି ମୋବାଇଲ ଲୁଟ ଓ ଚୋରି କରିବା ସହ ଦୀର୍ଘ ଦିନ ଧରି ଏହି ରେକେଟ ଚଳାଇ ଆସୁଥିଲେ ।

ଏ ନେଇ ଅଧିକ ତଦନ୍ତ ସହ ବିଭିନ୍ନ ରାଜ୍ୟର ଅନ୍ୟ ଅଭିଯୁକ୍ତ ଙ୍କୁ ଗିରଫ ପ୍ରକ୍ରିୟା ଆରମ୍ଭ କରାଯାଇ ଥିବା ବେଳେ ଅନେକ ଲୋକେ ମୋବାଇଲ ଚୋରି, ଲୁଟ ପରେ ପୋଲିସ ଥାନା ରେ ଏତେଲା ଦେଇ ନ ଥାନ୍ତି, ଯଦ୍ୱାରା ପୋଲିସ ତଦନ୍ତ ରେ ଅସୁବିଧା ସୃଷ୍ଟି ହୋଇ ଆସୁଛି । ଏଣୁ ଏ ନେଇ ସାଧାରଣ ପୋଲିସ ରେ ଜଣେଇବା ଉଚିତ ବୋଲି କୁହାଯାଇଛି ।