Advertisements
Monday, July 13, 2020
Home Cultural & Festival କର୍ଲିପାଟ ଗାଁରେ ମା ମାହେଶ୍ୱରୀଙ୍କ ନବକଳେବର

କର୍ଲିପାଟ ଗାଁରେ ମା ମାହେଶ୍ୱରୀଙ୍କ ନବକଳେବର

ଲୋଇସିଂହା(ବିମଳେନ୍ଦୁ ସାହୁ): ଲୋଇସିଂହା ବ୍ଲକ ସଦର ପଂଚାୟତର କର୍ଲିପାଟ ଗାଁରେ ମା ମାହେଶ୍ୱରୀ ଦେବୀଙ୍କ ନବକଳେବର (ଶାଳକା) ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଦେବୀଙ୍କ ସ୍ୱପ୍ନାଦେଶ କ୍ରମେ ଦେହୁରୀ, ପୂଜାରୀ ତଥା ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ ଏଠାରୁ ୨୦ କିମି ଦୂର ସୋନପୁର ଜିଲ୍ଲା ପାଣ୍ଡିରିଡୁଙ୍ଗୁରି ଗ୍ରାମ ଠାରେ ଦାରୁ ଠାବ କରିଥିଲେ । ଏହି ଅବସରରେ ନିର୍ଦିଷ୍ଟ ବିଧିବିଧାନ ମୁତାବକ ଦେବୀଙ୍କ ଦାରୁ ସଂଗ୍ରହ କରାଯାଇଥିଲା । ମହାସମାରୋହରେ ଦେବୀଙ୍କ ପାରମ୍ପରିକ ବାଦ୍ୟ ସହିତ ପାଣ୍ଡିରିଡୁଙ୍ଗୁରି ଠାରୁ କର୍ଲିପାଟ ଗ୍ରାମକୁ ଦାରୁବ୍ରହ୍ମକୁ ପଦଯାତ୍ରାରେ ଅଣାଯାଇଥିଲା । ଆସନ୍ତା ଫାଲଗୁନ ପୂର୍ଣ୍ଣମୀରେ ଏହି ଦାରୁରୁ ନିର୍ମିତ ବିଗ୍ରହକୁ ମନ୍ଦିରରେ ପ୍ରତିଷ୍ଠା କରାଯିବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: