ବୋରିଗୁମ୍ମା ବ୍ଲକ ନିର୍ବାଚନ ପ୍ରାର୍ଥୀ ତାଲିକା ପ୍ରକାଶ

0
210
ବୋରିଗୁମ୍ମା ବ୍ଲକ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୪/୦୧) : ବୋରିଗୁମ୍ମା ବ୍ଲକ ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ ଓ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି ।

ବୋରିଗୁମ୍ମା ବ୍ଲକ ଜୋନ୍ ୨ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ମଞ୍ଜୁଳା ଘାସି, ଭାରତୀୟ ଜନତା ପାର୍ଟି ତରଫରୁ ଏସ୍. ରୁବି ତଥା କଂଗ୍ରେସ ତରଫରୁ ପଦ୍ମାବତୀ ହରିଜନ ତଥା ସ୍ୱାଧୀନ ଭାବେ ପୁସ୍ତମ ହରିଜନ ଓ ମମତା ହରିଜନଙ୍କ ନାମ କାଏମ ରହିଛି ।

ସରପଞ୍ଚ ପ୍ରାର୍ଥୀ ଭାବରେ ଚନ୍ଦ୍ର ମୋହନ ସିଂ, ଚନ୍ଦ୍ରିକା ଜାନି, ତୁଷାରକାନ୍ତ କୁମ୍ଭିକା, ଦାସ ଭତ୍ରା, ପର୍ଶୁରାମ ସମରଥ, ବିନୋଦ କୁମାର ନାୟକ, ସନ୍ଦୀପ ଜାନୀ, ମନ ଅମନାତ୍ୟ, ଲଳିତା ମାଝି ପ୍ରମୁଖ ୯ ଜଣଙ୍କ ନାମ ଚୂଡାନ୍ତ ତାଲିକାରେ କାଏମ ରହିଥିବା ଜଣାପଡିଛି । ସେହିପରି ସମିତି ସଭ୍ୟ ପାଇଁ ପ୍ରିୟଙ୍କା ରଥ, ରଶ୍ମିତା କୁମାରୀ ପାଢ଼ୀ, ସାବିତ୍ରୀ ରାଉତ, ଏସ୍.ରୁବି,ସୂର୍ଯ୍ୟମଣି ଗୌଡ ପ୍ରମୁଖ ୫ ଜଣ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇଛି ।

୧୨ ଟି ୱାର୍ଡ ସଭ୍ୟ ଅପ୍ରତିଦ୍ଵନ୍ଦୀ ହୋଇଥିବା ବେଳେ ୨, ୪, ୫ ଓ ୯ ନମ୍ବର ୱାର୍ଡରେ ଆଦୌ ପ୍ରାର୍ଥୀ ପତ୍ର ଦାଖଲ ହୋଇ ନ ଥିବା ଜଣା ପଡ଼ିଛି । ୨୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ଥିବାରୁ ୨୪ ତାରିଖ ପରେ ନିର୍ବାଚନ ଚିହ୍ନ ପ୍ରଦାନ କରାଯିବା ବିଷୟ ଜଣା ପଡିଛି ।