ଲତା ମଙ୍ଗେସକର ଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ରହିଛି ? ତାଜା ସୂଚନା ଦେଲେ ଡାକ୍ତର

0
149
ଲତା ମଙ୍ଗେସକର

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୩/୦୧) : ଲତା ମଙ୍ଗେସକର ଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ରହିଛି ତାହାରି ଉପରେ ତାଜା ସୂଚନା ଦେଲେ ଡାକ୍ତର । ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ଉନ୍ନତି ଦେଖିବାକୁ ମିଳିଛି ।

ରବିବାର ଡାକ୍ତର ପ୍ରତୀତ ସାମଦାନୀ ଲତାଙ୍କ ସ୍ୱାସ୍ଥ୍ୟ କୁ ନେଇ ଅପଡେଟ ଜାରି କରି କହିଛନ୍ତି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ରେ ଏବେ ଉନ୍ନତି ଦେଖିବାକୁ ମିଳୁଛି । କରୋନା ସଂକ୍ରମିତ ହୋଇ ଲତା ମଙ୍ଗେସକର ମୁମ୍ବାଇ ର ବ୍ରିଚ କେଣ୍ଡି ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ, ସେ ଆଇସିୟୁରେ ରହିବା ପରେ ତାଙ୍କର ପ୍ରଶଂସକ ବହୁତ ଚିନ୍ତାରେ ଥିଲେ । ବର୍ତ୍ତମାନ ତାଜା ଅପଡେଟ ଅନୁସାରେ ଲତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପରିଲକ୍ଷିତ ହେଉଛି ।