Friday, March 29, 2024

Top 5 This Week

Related Posts

କାଶୀନଗର ବ୍ଲକ ର ଚୁଡାନ୍ତ ତାଲିକା ପ୍ରକାଶ : ୪୭ ୱାର୍ଡ ମେମ୍ବର ନିର୍ଦ୍ଵନ୍ଦରେ ନିର୍ବାଚିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୦୧) : ଆଜି କାଶୀନଗର ବ୍ଲକ ର ତ୍ରିସ୍ତରୀୟ ନିର୍ବାଚନ ର ଚୁଡାନ୍ତ ତାଲିକା ପ୍ରକାଶ ପାଇଛି ।

କାଶୀନଗର ବ୍ଲକ ର ଚୁଡାନ୍ତ ତାଲିକା ଅନୁଯାୟୀ ୧୬୦ ଟି ୱାର୍ଡ ମେମ୍ବର ନାମାଙ୍କନ ମଧ୍ୟରୁ ୪୭ ଜଣ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସର୍ବାଧିକ ପାର୍ତଦା ପଞ୍ଚାୟତ ରୁ ୧୦ ଜଣ ସର୍ବନିମ୍ନ ଖାରାଡ଼ା ପଞ୍ଚାୟତ ରୁ ୩ ଜଣ ନିର୍ବାଚିତ ହୋଇଛନ୍ତି । ୧୭ ଜଣ ଙ୍କ ନାମାଙ୍କନ ନାକଚ ହୋଇଛି ଓ ୨ ସମିତି ସଭ୍ୟ ଙ୍କ ନାମାଙ୍କନ ନାକଚ ହୋଇଛି । ସେହିଭଳି ସରପଞ୍ଚ ପ୍ରାର୍ଥୀ ୭୬ ଜଣ ମଧ୍ୟରେ ୧୧ ଜଣ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଛି । ସମିତି ସଭ୍ୟ ଭାବେ ୬୬ ଜଣ ମଧ୍ୟରୁ ୨ ଜଣଙ୍କ ନାମାଙ୍କନ ନାକଚ ହୋଇଛି । ପ୍ରାର୍ଥୀ ପ୍ରତ୍ୟାହାର ପରେ ସବିଶେଷ ଚିତ୍ର ଜଣା ପଡ଼ିବ ।

Popular Articles