Advertisements
Monday, July 13, 2020
Home District News ପିଠା କାର୍ଯ୍ୟକ୍ରମ ଅବ୍ୟବସ୍ଥା କୁ ନେଇ ପିଇଓ ଙ୍କୁ ଘେରିଲେ ୱାର୍ଡମେମ୍ବର

ପିଠା କାର୍ଯ୍ୟକ୍ରମ ଅବ୍ୟବସ୍ଥା କୁ ନେଇ ପିଇଓ ଙ୍କୁ ଘେରିଲେ ୱାର୍ଡମେମ୍ବର

ବୈପାରୀଗୁଡା (ଏନ ସନ୍ତୋଷ କୁମାର): ରାଜ୍ୟ ସରକାରଙ୍କ ସମସ୍ତ ଉନ୍ନତି ମୂଳକ ଯୋଜନାକୁ ଲୋକଲୋଚନକୁ ଆଣିବା ପାଇଁ ସରକାରୀ କର୍ମଚାରୀମାନେ ଅଂଟାଭିଡି କସରତ କରୁଥିବା ବେଳେ ବୈପାରୀଗୁଡା ବ୍ଲକ ର କୋଲର ପୀଇଙ୍କ ଖାମଖିଆଲି ମନୋଭାବ ଲାଗି କୋଲର ପଂଚାୟତ ପିଠା କାର୍ଯ୍ୟକ୍ରମ ଅବ୍ୟବସ୍ଥାରେ ଶେଷ ହୋଇଯାଇଛି |

ପିଠା କାର୍ଯ୍ୟକ୍ରମର ଅନ୍ତିମ ଦିନରେ ଗତ ୨୦ତାରିଖ ଦିନ ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟ ମଣ୍ଡପ ଠାରେ ଅନୁଷ୍ଠିତ କରାଯାଇଥିଲା | କିନ୍ତୁ କୌଣସି ୱାର୍ଡମେମ୍ବର ଙ୍କୁ ସୂଚନା ନ ଦେଇ ପିଇଓ ନିଜ ଇଛା ମୁତାବକ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ୧୩ଟି ୱାର୍ଡ ମେମ୍ବର ମଧ୍ୟରୁ ଅଧିକାଂଶ ପିଇଓ ଓ ସରପଞ୍ଚଙ୍କ ଘେରିଥିଲେ | ପଂଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ସୂଚନା ପାଇ ଘଟଣା ସ୍ଥଳରେ ପହଂଚି ୱାର୍ଡମେମ୍ବର ଓ ଲୋକମାନଙ୍କୁ ବୁଝାଇଥିଲେ | ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ଆଗାମୀ ପିଠା କାର୍ଯ୍ୟକ୍ରମ ଅତି ଭଲ ଭାବରେ କରାଯିବ ଓ ସମସ୍ତ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ସରକାରୀ ସହାୟତ ଦିଆଯିବ ବୋଲି ଅଧ୍ୟକ୍ଷା ଉପସ୍ଥିତ ଲୋକଙ୍କୁ କହିଥିଲେ | ଏହି ବିଷୟରେ ସ୍ଥାନୀୟ ବିଡିଓଙ୍କୁ ପଚାରି ବୁଝିବାରୁ ସେ ଘଟଣାର ତଦନ୍ତ କରି ପିଇଓଙ୍କ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଫୋନରେ ମତ ଦେଇଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: