Friday, March 29, 2024

Top 5 This Week

Related Posts

ଓମିକ୍ରନ ର ଲକ୍ଷଣ ଦେଖାଗଲେ କେଉଁ ଖାଦ୍ୟ ଖାଇବା ଆବଶ୍ୟକ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୪/୦୧) : ଓମିକ୍ରନ ର ପ୍ରଭାବ କୁ ହ୍ରାସ କରିବା ପାଇଁ ଟିକାକରଣ ହେଉଛି ସର୍ବୋତ୍ତମ ଉପାୟ । ହେଲେ ଟିକା ନେଇଥିବା ଲୋକେ ମଧ୍ୟ ଏହି ଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ହେଉଥିବା ଦେଖାଯାଉଛି । ତେବେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେଲେ ଏହାର ଲକ୍ଷଣ ଜାଣି କେଉଁ ଖାଦ୍ୟ ଖାଇବା ଆବଶ୍ୟକ, ଆଜି ଆମେ ଆପଣଙ୍କୁ‌ ସେବିଷୟରେ ଜଣାଇବୁ ।

୧. ଓମିକ୍ରନ ର ଲକ୍ଷଣ ଦେଖାଗଲେ ଦହି ଖାଇବା ଆରମ୍ଭ କରନ୍ତୁ । ଦହି ଥଣ୍ଡା ହୋଇଥିବାରୁ ଏହାକୁ ଖାଇବା ଦ୍ୱାରା ଗଳାକୁ ଆରାମ ମିଳେ । ଏଥିସହ ଏଥିରେ ପ୍ରୋଟିନ୍ ଭରପୂର ରହିଥାଏ, ଯେଉଁଥି ପାଇଁ ଭୋକ ମଧ୍ୟ କମ୍ ଲାଗେ । କିନ୍ତୁ ମନେରଖନ୍ତୁ ମଧ୍ୟାହ୍ନ ଭୋଜନ ସମୟରେ ହିଁ ଦହି ଖାଇବା ଉଚିତ୍ ।

୨. ଗଳାକୁ ଆରାମ ଦେବା ପାଇଁ ସୁପ୍ ପିଇବା ଜରୁରୀ । ସୁପରେ ଅନେକ ଇଲେକ୍ଟ୍ରୋଲାଇଟ୍ ରହିଥାଏ, ଯାହାର ଶରୀର କୁ ଓମିକ୍ରନ ସହ ଲଢ଼ିବାକୁ ଶକ୍ତି ଦେବ । ଅନ୍ୟପକ୍ଷରେ, ଯଦି ଆପଣଙ୍କୁ ଭୋକ ଲାଗୁଥାଏ ତେବେ ଆପଣ ଏଥିରେ ବିଭିନ୍ନ ପରିବା ମିଶାଇ ଏହାକୁ ପ୍ରସ୍ତୁତ କରିପାରିବେ । ଏହା ଦ୍ୱାରା ଭୋକ ମେଣ୍ଟିବା ସହ ଆପଣଙ୍କୁ ସଂକ୍ରମଣ ସହ ଲଢ଼ିବାରେ ଶକ୍ତି ମିଳିବ ।

୩. ଯଦି ଆପଣ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହେଉଛନ୍ତି, ତେବେ ଆପଣ ପତ୍ରଯୁକ୍ତ ପନିପରିବା ଖାଇବା ଉଚିତ୍ । ଓମିକ୍ରନ ଦ୍ୱାରା ସଂକ୍ରମିତ ହେଲେ ଆପଣ ପାଳଙ୍ଗ, ପତ୍ର କୋବି, ଫୁଲକୋବି ଖାଇପାରିବେ । ଏଗୁଡିକ ଖାଇବା ଦ୍ୱାରା ଆପଣଙ୍କ ଶରୀର ଅନେକ ପୁଷ୍ଟିକର ଉପାଦାନ ପାଇବ, ଯାହା ଆପଣଙ୍କୁ ଓମିକ୍ରନ୍ ସଂକ୍ରମଣ ବିରୋଧରେ ଲଢ଼ିବାରେ ସାହାଯ୍ୟ କରିବ । ଏହା ବ୍ୟତୀତ, ଏହାକୁ ଖାଇବା ଦ୍ୱାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହେବ ।

Popular Articles