ବିଜେପି ନେତା ବିଶ୍ଵମ୍ଭର ମିଶ୍ରଙ୍କ ମାତୃ ବିୟୋଗ

0
147
ବିଜେପି ନେତା ବିଶ୍ଵମ୍ଭର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୩/୧) : ସୁବର୍ଣ୍ଣପୁର ଜିଲ୍ଲା ସାଧାରଣ ସମ୍ପାଦକ ତଥା ବିଜେପି ନେତା ବିଶ୍ଵମ୍ଭର ମିଶ୍ରଙ୍କ ମାତା ନଳିନୀ ମିଶ୍ରଙ୍କ ଗତ କାଲି ରାତିରେ ଅରିଗାଁ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ମୃତ୍ୟୁ ବେଳକୁ ୯୮ ବର୍ଷ ବୟସ ହେଉଥିଲା ।

ବିଜେପି ନେତା ବିଶ୍ଵମ୍ଭର ମିଶ୍ରଙ୍କ ସ୍ୱର୍ଗତ ମାତା ଶ୍ରୀମତୀ ନଳିନୀ ମିଶ୍ର ଜଣେ ପରୋପକାରୀ ଧର୍ମ ପରାୟଣ ମହିଳା ଭାବରେ ସୁପରିଚିତ ଥିଲେ । ସେ ଦୀନ ଦରିଦ୍ରଙ୍କୁ ସେ ସର୍ବଦା ଉଦାର ହୃଦୟରେ ସାହାଯ୍ୟ କରୁଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତିନି ପୁଅ ରାମ ନାରାୟଣ, ଅନ୍ତର୍ଯ୍ୟାମୀ, ବିଶ୍ଵମ୍ଭର, ତିନିଵୋହୁ ନିରୂପମା, ବାସନ୍ତୀ ଓ ଦୀପା, ଝିଅ ପୁଷ୍ପାଞ୍ଜଳି ଓ ଜ୍ୱାଇଁ ସୁକାନ୍ତ ଶେଖର ଏବଂ ନାତି ନାତୁଣୀ ଅଭିଷେକ, ରୁଡ୍ରେସ, ରିତେଶ, ଅନନ୍ୟା ଓ ଅନ୍ୱେଷ ପ୍ରମୁଖ ଉପସ୍ଥିତ ଥିଲେ ।

ମହାନଦୀରେ ତାଙ୍କ ଅନ୍ତିମ ସଂସ୍କାର କରଯାଇଥିଲା । ଜ୍ୟେଷ୍ଠ ପୁତ୍ର ରାମ ନାରାୟଣ ମୁଖାଗ୍ନି ଦେଇଥିଲେ ।