Advertisements
Monday, July 13, 2020
Home District News ଓଡିଶା ସରକାରଙ୍କ ପିଠା ଯୋଜନାରେ ବରୀ ବିଦ୍ୟୁତ ଉପଖଣ୍ଡର ତପ୍ତରତା

ଓଡିଶା ସରକାରଙ୍କ ପିଠା ଯୋଜନାରେ ବରୀ ବିଦ୍ୟୁତ ଉପଖଣ୍ଡର ତପ୍ତରତା

ବରୀ(ସତ୍ୟଜିତ ବାରିକ): ବରୀ ବିଦ୍ୟୁତ ଉପଖଣ୍ଡ ବରୀ ବ୍ଲକର ୨୪ଗୋଟି ପଞ୍ଚାୟତ, ବଡଚଣl ବ୍ଲକର ୪ଟି ପଞ୍ଚାୟତ ଓ ଯାଜପୁର ବ୍ଲକର ୩ଟି ପଞ୍ଚାୟତକୁ ନେଇ ଗଠିତ ।

ଓଡିଶା ସରକାରଙ୍କ ଏହି ସମସ୍ତ ବିଜୁଳି ଯୋଜନାର ବିଦୂତ ସଂଜୋଗରୁ ବଂଚିତ ଥିବା ସମସ୍ତ ହିତାଧିକାରଙ୍କୁ ନିଶୁକ୍ଲ ବିଦ୍ୟୁତ ସଂଯୋଗ ଯୋଗାଇ ଦବାର ଯୋଜନା କରାଯାଇଅଛି । ତେଣୁ ବିଦ୍ୟୁତ ବିଭାଗର ଉପରିସ୍ତ ଅଧିକାରୀ ଓ କର୍ମଚାରୀ ୧୫ ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ପଞ୍ଚାୟତ ରାଜ୍ୟ ସରକାରଙ୍କ ପିଠା ଯୋଜନାରେ କ୍ୟାମ୍ପ ପକାଇ ଆବେଦନ ପତ୍ର ଗ୍ରହଣ କରିବା ସହ ବିଦ୍ୟୁତ ବିଭାଗର ସମସ୍ତ ଅଭିଯୋଗକୁ ପଞ୍ଜିକୃତ କରାଇ ଥିଲେ । ଏହି ଯୋଜନାକୁ ସଫଳ କରିବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଉପଖଣ୍ଡ ଅଧିକାରୀ ଦେବଦତ୍ତ ପଣ୍ଡା ଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଥିଲା ।ନେସ୍କୋ ମୁଖ୍ୟ କାର୍ଯ୍ୟାଳୟ ବାଲେଶ୍ୱରରୁ ମାନବ ସମ୍ବଳ ଅଧିକାରୀ ବୁଦିଶ କୁମାର ବେହେରା, ନିର୍ବାହ ଯନ୍ତ୍ରୀ ଅଶୋକ କୁମାର ନାୟକ, ଓ ସହକାରୀ ଅଧିକାରୀ ଅନିଲ କୁମାର ପାତ୍ର, ବିଭିନ୍ନ ପଞ୍ଚାୟତକୁ ଯାଇ ତଦାରଖ କରି ଲୋକମାନଙ୍କ ଅଭିେଯାଗକୁ ଗ୍ରହଣ କରିଥିଲେ । ଏହି ପିଠା ଯୋଜନାରେ ମୋଟ ୩୫ଟି ପଂଚାୟତରୁ ୧୩୮୩ଟି ଅଭିଯାଗ ଆସିଥିବା ଜଣାପଡିଛି । ଓ ଏହି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟlନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟୁତ ଉପଖଣ୍ଡ ଦେବଦତ୍ତ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: