ବୃଦ୍ଧା ଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ

0
152
ବୃଦ୍ଧା ଙ୍କ ମୃତଦେହ

ରିପୋର୍ଟ : ବିଭୁତି ଲହରିୟା
ରାଇକିଆ, (୨୨/୧) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ମଣ୍ଡାକିଆ ପଞ୍ଚାୟତ ର କାମ୍ବା ଗୁଡ଼ା ଗ୍ରାମ ର ସରୋଜିନୀ ପ୍ରଧାନ (୭୨) ନାମକ ଜଣେ ବୃଦ୍ଧା ଙ୍କ ମୃତଦେହ ରାଇକିଆ ପୋଲିସ୍ ଉଦ୍ଧାର କରିଛି ।

ବୃଦ୍ଧଙ୍କୁ ତାଙ୍କର ମାନସିକ ବିକାର ଗ୍ରସ୍ତ ନାତି ମନୋଜ ପ୍ରଧାନ ହତ୍ୟା କରିଥିବା ନେ଼ଇ ଅଭିଯୋଗ ହୋଇଛି । ଶୁକ୍ରବାର ରାତ୍ରରେ ଖାଇବାକୁ ଦେବାରେ ବିଳମ୍ବ କରିବାକୁ ନେଇ ଉତ୍ୟକ୍ତ ନାତି ଜେଜେମା କୁ ମାଡ଼ ମାରିଥିଲା ଏବଂ ଘରୁ ବାହାରକୁ ଚାଲିଯାଇଥିଲା । ଘରେ କେବଳ ଜେଜେମା ଏବଂ ନାତି ରହୁଥିବାରୁ ଘଟଣା ସମ୍ପର୍କରେ ସକାଳ ପର୍ଯ୍ୟନ୍ତ ଜଣାପଡିଥିଲା । ସକାଳୁ ବୃଦ୍ଧା ଙ୍କ ମୃତଦେହ ଘରେ ପଡିରହିଥିବା ଏବଂ ଘର ବାହାରେ ନାତି ଥିବା ଦେଖି ଗ୍ରାମବାସୀ ପୋଲିସ କୁ ଜଣାଇବା ପରେ ରାଇକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ନାତି କୁ ଅଟକ ରଖିଛି । ଏ ନେଇ କେସ ନଂ ୧୧/୨୨ ରେ ଏକ ମାମଲା ରୁଜୁ କରିଛି ।