ଦକ୍ଷତା ବୃଦ୍ଧି ପାଇଁ “ଜାଗା ସମ୍ପର୍କ ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
141
ଦକ୍ଷତା ବୃଦ୍ଧି ପାଇଁ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୧/୦୧) : ଇରିଗେସନ କଲୋନୀ ଗାଈ ଗୋଠ ପଡିଆ ପରିଚୟ ଗୃହରେ ଦକ୍ଷତା ବୃଦ୍ଧି ପାଇଁ “ଜାଗା ସମ୍ପର୍କ” କାର୍ଯ୍ୟକ୍ରମ ସାହି ବସ୍ତି ବାସିନ୍ଦା ଙ୍କ ଦ୍ୱାରା ଆୟୋଜନ କରାଯାଇଛି lWhatsApp Image 2022 01 23 at 11.00.07 AM ଦକ୍ଷତା ବୃଦ୍ଧି ପାଇଁ "ଜାଗା ସମ୍ପର୍କ " ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି ସଭାରେ ବସ୍ତି ଉନ୍ନୟନ ସଂଘ ର ସଭାନେତ୍ରୀ ମୀନାକ୍ଷୀ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ସୁବାସିନୀ ରାଜହଂସ, ସଂଯୁକ୍ତା ଆଚାର୍ଯ୍ୟ, ସୁଷମା ବେହେରା, ପ୍ରବୀଣା ବାରିକ, ସେହେରାଜ ବିବି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ବସ୍ତି ବାସିନ୍ଦା ସଂଘ ର ଦକ୍ଷତା ବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି ଉପଲକ୍ଷେ ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିବା ସହ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ l

କାର୍ଯ୍ୟକ୍ରମ ରେ ବୌଦ୍ଧ NAC ର ଖଦାଲ ସାହି ବସ୍ତି, ବୁଦ୍ଧ ଦେବ ସାହି ବସ୍ତି, ବାବୁ ସାହି ଓ ଆଖ ପାଖ ବସ୍ତି ବାସିନ୍ଦା ମଧ୍ୟ ଯୋଗଦେଇଥିଲେ l ଶେଷରେ ବସ୍ତି ସଙ୍ଘ ର ସମ୍ପାଦିକା ପୁଷ୍ପାଞ୍ଜଳି ଦରୱlନ ଧନ୍ୟବାଦ ଅର୍ପଣ କରିଥିଲେ l