ବୈପାରୀଗୁଡା କରଣ ସମାଜର ସଦସ୍ୟଙ୍କ ଦ୍ୱାରା ଜୟପୁର ଠାରେ ମହାମିଳନ ପାଇଁ ପ୍ରସ୍ତୁତି ବୈଠକ

ବୈପାରୀଗୁଡା(ଏନ ସନ୍ତୋଷ କୁମାର): ବୈପାରୀଗୁଡା ବ୍ଲକରେ ବସବାସ କରୁଥିବା କରଣ ସମାଜକୁ ନେଇ ସ୍ଥାନୀୟ ପଶ୍ଚିମେଶ୍ବର ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |

ରାମ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜୟପୁର କରଣ ସମାଜର ଧିରେନ ପଟ୍ଟନାୟକ ଓ ହରିହର କରସୁଧା ପଟ୍ଟନାୟକ ଯୋଗଦାନ କରି କହିଥିଲେ ଯେ ଆଗାମୀ ୬ତାରିଖ ଦିନ କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକର କରଣ ମାନଙ୍କୁ ନେଇ ଏକ ମହାସମ୍ମିଳନି ଆୟୋଜନ କରିବା ପାଇଁ ସ୍ଥିର ହୋଇଥିବାରୁ ବୈପାରୀଗୁଡା ବ୍ଲକ ର ସମସ୍ତ କରଣ ବନ୍ଧୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ କହିଥିଲେ | ନଟବର ପଟ୍ଟନାୟକ, ବିନାୟକ ଚନ୍ଦ୍ର ବେବର୍ତ୍ତ, ବିପିନ ବିହାରୀ ପଟ୍ଟନାୟକ, ହରି ପଟ୍ଟନାୟକ, ରାଧାକାନ୍ତ ପଟ୍ଟନାୟକ, ଶିବ ପଟ୍ଟନାୟକ , ପଶୁ ମହାନ୍ତି, ରାମଚନ୍ଦ୍ର ପଟ୍ଟନାୟକଙ୍କ ସହ ଅନେକ କରଣ ଲୋକ ଉପସ୍ଥିତ ଥିଲେ |

Comments are closed.