ପୂର୍ବତନ ସରପଞ୍ଚ ଓ ବ୍ଲକ କର୍ମଚାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ, ମଜୁରୀ କରି ଦୁଇ ବର୍ଷ ହେଲା ମିଳିନି ପ୍ରାପ୍ୟ

0
376
ପୂର୍ବତନ ସରପଞ୍ଚ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୨୨/୦୧) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବାନ୍ଧୁପଲା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ତ୍ରୀ ମିଶି ଏଥର ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।75c364e5 e7d3 4bdd 93c3 c20b960f9f71 ପୂର୍ବତନ ସରପଞ୍ଚ ଓ ବ୍ଲକ କର୍ମଚାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ, ମଜୁରୀ କରି ଦୁଇ ବର୍ଷ ହେଲା ମିଳିନି ପ୍ରାପ୍ୟ

ଏହି ସମୟରେ ପୂର୍ବତନ ସରପଞ୍ଚ ଓ ଟିଟିଲାଗଡ଼ ବ୍ଲକ ର ବିଡିଓ ତଥା ଅନ୍ୟ କିଛି ସରକାରୀ କର୍ମଚାରୀ ପ୍ରାୟ ଦେଢ଼ ବର୍ଷ ଧରି ଜାଲ କାଗଜପତ୍ର ଜରିଆରେ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ କରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିବା ବେଳେ ପୂର୍ବରୁ ସୂଚନା ଓ ଏହି ଟଙ୍କା କାରବାର ନେଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରିଛନ୍ତି । ସରକାରୀ ଭାବେ ବିଭିନ୍ନ ଯୋଜନା ରେ ନିୟୋଜିତ ଶ୍ରମିକ ଙ୍କୁ ମନ୍ଧ୍ୟ ପ୍ରାୟ ଦୁଇ ବର୍ଷ ହେଲା ମଜୁରୀ ଟଙ୍କା ମିଳିପାରି ନ ଥିବା କହି ସକାଳୁ ସାନ୍ଧ୍ୟ ୬ ଟା ପର୍ଯ୍ୟନ୍ତ ଧାରଣା ରେ ବସିଥିବା ଓ ୭୨ ଘଣ୍ଟା ଭିତରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତବେ ଆମରଣ ଅନଶନ ସହ ନିର୍ବାଚନ ବର୍ଜନ କରିବାକୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

ଅନେକ ଗରିବ ଦିନ ମଜୁରିଆ, ବିଭିନ୍ନ ସଙ୍ଗଠନ ତଥା ମହିଳା ଗୋଷ୍ଠୀ ଙ୍କ ର ବର୍ଷ,ବର୍ଷ ଧରି ଆବେଦନ, ନିବେଦନ କରି ହଇରାଣ ହୋଇ ଶେଷରେ ଏପରି ପଦକ୍ଷେପ ନିମନ୍ତେ ବାଧ୍ୟ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ସେହିପରି କାଗଜ ପତ୍ର ରେ ୨୫୦ ହଜାର ଟଙ୍କା ର ଏକ ଗେଟ ଲାଗେଇଥିବା ଦର୍ଶାଇ ଆଜି ସୁଦ୍ଧା ଉକ୍ତ ରାଶି ବିନା ଗେଟ ରେ ହଡପ କରାଯାଇଛି ବୋଲି କହିବା ସହ ଏଭଳି ଅନେକ ଦୁର୍ନୀତି ନେଇ ତଦନ୍ତ ଦାବି କରିଛନ୍ତି ।