Related Contents

ଜୋଡ଼ିଧାର ବିଦ୍ୟାଳୟ ୨ଦିନ ବନ୍ଦ, ଗ୍ରାମ ସଭାରେ ଅଭିଯୋଗ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ସରକାରଙ୍କ ତରଫରୁ ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ଭବିଷ୍ୟତ ଗଠନ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ବିଦ୍ୟାଳୟ ଗୁଡିକ ନିର୍ମାଣ କରିଛନ୍ତି | କିନ୍ତୁ ଏ ଗୁଡିକ ସଠିକ ବ୍ୟବହାର ହେଉ ନ ଥିବା ଜଣାପଡିଛି |

ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଚିପାକୁର ଗ୍ରାମ ପଂଚାୟତ ର ଜୋଡ଼ିଧାର ଗ୍ରାମରେ | ଗତ ଷୋମବାର ଓ ମଙ୍ଗଳବାର ବିଦ୍ୟାଳୟ ବନ୍ଦ ଥିବା ଘଟଣାକୁ ନେଇ ଗ୍ରାମବାସୀ ଅଭିଯୋଗ ଗ୍ରାମସଭାରେ ଜଣାଇଥିଲେ | ଏହି ସଭାରେ ବ୍ଲକ ଶିକ୍ଷା ଅଧିକାରୀ ସୁଧୀର ଚନ୍ଦ୍ର ରଥ ଘଟଣା ବିଷୟରେ ବୁଝି ଉଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରକାଶ କରିଥିଲେ | ବୈପାରୀଗୁଡା ଅଂଚଳରେ ବହୁବାର ବିଭିନ୍ନ ବିଦ୍ୟାଳୟ ଅବ୍ୟବସ୍ଥା ବିଷୟ ଲୋକଲୋଚନକୁ ଆସୁଛି | ଏଥିରୁ ସ୍ୱଷ୍ଟ ଯେ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଶିକ୍ଷା ଅଧିକାରୀ ମାନଙ୍କ ଆନ୍ତରିକତା ଅଭାବରୁ ଏପରି ଘଟଣା ବାରମ୍ବାର ଘଟୁଛି | ଯଦିଓ ଏହି ସମସ୍ୟାର ସମାଧାନ ନ କଲେ ଗ୍ରାମବାସୀ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହେଇବେ ବୋଲି ଚେତାବନୀ ଦେଇଛନ୍ତି |

Comments are closed.