Friday, March 29, 2024

Top 5 This Week

Related Posts

୩ଟି ସ୍ଥାନରେ ମାଓ ବ୍ୟାନର ଲାଗଇ ଟ୍ରଲି ଗାଡି ପୋଡିଲେ ମାଓବାଦୀ ନାଁ ରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୨/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ୩ଟି ସ୍ଥାନରେ ମାଓ ବ୍ୟାନର ଲାଗିଥିବା ବେଳେ ବୁଡ଼ାଗୁଡ଼ା କ୍ୟାମ୍ପରେ ଥିବା ଟ୍ରଲି ଗାଡିକୁ ପଡିଥିବା ଦେଖିବାକୁ ମିଳିଛି । ଗତ ରାତ୍ରରେ ମଧ୍ୟାହ୍ନରେ ଏକ ବାଇକ ରେ ଦୁଇ ଜଣ ଯୁବକ ଆସି ବୁଡ଼ାଗୁଡା କ୍ୟାମ୍ପରେ ଥିବା ଟ୍ରଲି ଗାଡି କୁ ନିଆଁ ଲଗାଇ ଦେଇଥିଲେ ।6bb9443a b933 43e5 9042 6c687a49896c ୩ଟି ସ୍ଥାନରେ ମାଓ ବ୍ୟାନର ଲାଗଇ ଟ୍ରଲି ଗାଡି ପୋଡିଲେ ମାଓବାଦୀ ନାଁ ରେ

ଗାଡି ଜଳିବା ଶବ୍ଦ ଶୁଣି କ୍ୟାମ୍ପରେ ସୋଇଥିବା କ୍ୟାମ୍ପ ଜଗୁଆଳି ଉଠି ଗାଡି ଲିଭାଇବା ପାଇଁ ପ୍ରୟାସ କରିବା ବେଳେ ଏକ ବାଇକରେ ଦୁଇ ଯୁବକ କୁ ଦେଖିଥିଲେ ଏବଂ ଗାଁକୁ ଯାଇ ପାଟି କରିବାରୁ ଗ୍ରାମବାସୀ ଆସି ନିଆଁ କୁ ଲିଭାଇଥିଲେ । ସେହି ସମୟରେ ଉକ୍ତ ରାସ୍ତା କ୍ୟାମ୍ପ ର ଫାଟକ ରେ ଏକ ବ୍ୟାନର, ସିକରପାଇ ପେଟ୍ରୋଲ ବଙ୍କ ର ବଟଗଛ ଓ କଲ୍ୟାଣସିଂହପୁର ତହସିଲଦାର କାର୍ଯ୍ୟାଳୟ ଫାଟକରେ ସମୁଦାୟ ୩ଟି ସ୍ଥାନରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ଉକ୍ତ ବ୍ୟାନରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି ଓଇ ଆଇ ) ମାଓ ବାଦୀ ଉଲେଖ କରିଛନ୍ତି ଯେ ସାଥି ଭାଇଙ୍କୁ ହଇରାଣ କରୁଛନ୍ତି ।3116c756 958f 4a96 96d2 45d8b4210956 ୩ଟି ସ୍ଥାନରେ ମାଓ ବ୍ୟାନର ଲାଗଇ ଟ୍ରଲି ଗାଡି ପୋଡିଲେ ମାଓବାଦୀ ନାଁ ରେ

ସେଥିପାଇଁ ଆମେ ରାସ୍ତାକୁ ବାହାରିବା ପାଇଁ ପ୍ରସ୍ତୁତ ହେଲୁ, ୱାର୍ଡ ସଭ୍ୟ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଦଲାଲ କାମ କରୁଛନ୍ତି ଠିକ କାମ ନକଲେ ହତ୍ୟା କରାଯିବ ।ଆଡିବନ୍ଧ, କେନାଲ, ପୋଖରୀ ଇତ୍ୟାଦି କାମକୁ ବିରୋଧରେ ଉଲେଖ କରିଛନ୍ତି । ଏହି ବିଷୟରେ ଥାନା ଅଧିକାରୀ ସୁକୁମା ହଂସୁଦା ଙ୍କୁ ପଚାରିବାରୁ ସେ କହିଲେ ବ୍ୟାନର ଜବତ କରାଯାଇଛି । କିନ୍ତୁ ଏହା ଅସଲି କି ନକଲି ମାଓବାଦୀ ଏହି ବ୍ୟାନର ଉଲେଖ କରିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିବା ଶୁଣିବାକୁ ମିଳିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles