Related Contents

ଧର୍ମପ୍ରାଣ ମହିଳାଙ୍କ ପରଲୋକ


ବଲାଙ୍ଗୀର: ବଲାଙ୍ଗୀର ରାମେଶ୍ୱର ନଗର ନିବାସୀ ଖ୍ୟାତନାମା କର୍ମକାଣ୍ଡ ପୁରୋହିତ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଭାକର ବେଦବାକଙ୍କ ଧର୍ମପତ୍ନୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ବେଦବାକଙ୍କର ତା ୨୧.୧୨.୨୦୧୮ରିଖ ପ୍ରାତଃ ୫ଘଣ୍ଟା ୩୫ମିନିଟ ସମୟରେ ପରଲୋକ ହୋଇଯାଇଛି |

ଶ୍ରୀମତୀ ବେଦବାକ ତା. ୧୨.୦୨.୧୯୪୪ରିଖ ରେ ଜନ୍ମଗ୍ରହଣ କରିଥିଲେ | ସେ ଜଣେ ଧର୍ମପ୍ରାଣ, ମେଳାପୀ, ମିଷ୍ଟଭାଷୀ, ସ୍ନେହାବତ୍ସଳ, ପରୋପକାରୀ ମହିଳା ଥିଲେ | ବିଭିନ୍ନ ଧର୍ମାନୁଷ୍ଠାନରେ ସେ ସକ୍ରିୟ ଭୂମିକା ନିର୍ବାହ କରୁଥିଲେ | ମୃତ୍ୟୁ ସମୟରେ ଶଯ୍ୟା ନିକଟରେ ତାଙ୍କର ସ୍ୱାମୀ, ଦୁଇ ପୁତ୍ର, ପୁତ୍ର ବଢ଼ୁ, ଦୁଇ କନ୍ୟା, ଜମାଟ ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ | ତାଙ୍କ ବିୟୋଗରେ ଏ ଅଂଚଳରେ ଶୋକର ଛାୟା ଖେଳିଯାଇଛି |

Comments are closed.