Advertisements
Sunday, July 5, 2020
Home Government News ଜୟପୁର ପୋଲିସ ସହ ଗୁଳି ବିନିମୟ – ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ଜୟପୁର ପୋଲିସ ସହ ଗୁଳି ବିନିମୟ – ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ଜୟପୁର (ସୌମ୍ୟରଂଜନ ସାହୁ): ଜୟପୁରରେ ପୋଲିସ ଓ ଅପରାଧୀ ଗୁଳି ବିନିମୟ । ଉଭୟ ପକ୍ଷରୁ ୫ରାଉଣ୍ଡ ଗୁଳି ବିନିମୟ ପରେ ଦୁର୍ଦ୍ଦାନ୍ତ ଅପରାଧୀ ଜାଭେଦ ଗିରଫ ହୋଇଛି । ବନ୍ଧୁକ ସହ ୨ଟି ଖୋକା ତା’ ନିକଟରୁ ଜବତ କରାଯାଇଛି ।

ଆଜି ଭୋର ସମୟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଜୟପୁର ଇରିଗେସନ କଲୋନୀ ନିକଟସ୍ଥ କେନାଲ ନିକଟରେ ପୋଲିସ ଅପରାଧୀ ସହ ମୁହାଁମୁହିଁ ହୋଇଥିଲା । ପୋଲିସକୁ ଦେଖି ଅପରାଧୀମାନେ ୨ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ପୋଲିସ ମଧ୍ୟ ପାଲଟା ୩ରାଉଣ୍ଡ ଗୁଳି ଚାଳନା କରିଥିବା କୁହାଯାଇଛି । ଏହି ସମୟରେ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ଏସକେ ଜେଭେଦକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଘୋଟଣା ସ୍ଥଳରୁ ୨ଜଣ ଅପରାଧୀ ଫେରାର ହୋଇଯାଇଛନ୍ତି । ଏମାନେ କୌଣସି ବଡଧରଣର ଡକାୟତି କିମ୍ବା ଅପହରଣ ଯୋଜନା କରୁଥିଲେ ବୋଲି ପୋଲିସ କହିଛି । ଜାଭେଦ ନାଁରେ ଜିଲ୍ଲାରେ ଡକାୟତି, ହତ୍ୟା ପରି ଏକାଧିକ ସଙ୍ଗୀନ ମାମଲା ରହିଛି । ଗିରଫ ଜାଭେଦ ଠାରୁ ପୋଲିସ ଗୋଟିଏ ମାଉଜର ଏବଂ ମୋବାଇଲ ଜବତ କରିଥିବା ବିଷୟ ଥାନାଧିକାରୀ ବାଲେଶ୍ୱର ଗୀଧି ସୂଚନା ଦେଇଛନ୍ତି । ଚମ୍ପଟ ହୋଇଥିବା ଅପରାଧୀଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରାଯାଇଥିବା ମଧ୍ୟ ସୂଚନା ମିଳିଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: