Related Contents

ରାମନାଗୁଡ଼ା ବ୍ଲକରେ ସରକାରଙ୍କ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡ଼ା (ରଞ୍ଜନ ନାୟକ ବେହେରା): ଆଜି ପିଠା କାର୍ଯ୍ୟକ୍ରମ ର ଶେଷ ଦିନରେ ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ର ୪ଗୋଟି ଗ୍ରାମପଂଚାୟତ ରେ ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ପଂଚାୟତରେ ୭୦୦ ରୁ ୮୦୦ ଲୋକ ଯୋଗ ଦେଇଥିଲେ | ପରିକ୍ଷିତି ଗ୍ରା.ପ. ରେ ନୃତ୍ୟ ଗୀତ ସାଙ୍ଗକୁ ଆଦିବାସୀ ପରମ୍ପରା ରେ ନୃତ୍ୟ ପରିବେଷଣ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡ଼ିଓ ଶ୍ରୀ ସୁଧାକର ରଇତ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ରାଓ କୁମ୍ବରୀକ, ସରପଞ୍ଚ ଗାୟତ୍ରୀ ମଂଡଙ୍ଗି, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଗଗନ ବିହାରୀ ଆଚାର୍ଯ୍ୟ, ବ୍ଲକ ର ସମସ୍ତ ଅଧିକାରୀ ବୃନ୍ଦ, ପଂଚାୟତରୁ ଆସିଥିବା ସମସ୍ତ ସମିତି ସଭ୍ୟ ଏବଂ ସରପଞ୍ଚ ଯୋଗ ଦେଇଥିଲେ | ଏହି ପିଠା କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଡ଼ିଓ ସରକାରଙ୍କ ସମସ୍ତ ଯୋଜନା କୁ ଜନସାଧାରଣଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ |

Comments are closed.