Related Contents

ଜାତୀୟ ସୁରକ୍ଷା ଆଇନର ପଂଚାୟତ ସ୍ତରୀୟ ସାମାଜିକ ସମୀକ୍ଷା

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ସରକାରୀ ଯୋଜନକୁ ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱ ଏବଂ ହିତାଧିକାରୀ ଲୋକମାନଙ୍କର ଅଂଶ ଗ୍ରହଣ କରିବା ନିମନ୍ତେ ବୈପାରୀଗୁଡା ସ୍ପ୍ରେଡ଼ ଅନୁଷ୍ଠାନ ପକ୍ଷରୁ ଚିପକୁର ଗ୍ରାମରେ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ସ୍ଥାନୀୟ ଭଗବତୀ ହନ୍ତଲ, ଆଇସିଡିଏସ ସୁପର ଭାଇଜର , ଅଙ୍ଗନବାଡି କର୍ମୀ, ବିଇଓ , ସିଆର୍ସି, ଯୋଗାଣ ସହାୟକ,ଆସ କର୍ମୀ ଓ ସମସ୍ତ ୱାର୍ଡ ମେମ୍ବର ଉପସ୍ଥିତିରେ ମୋଟ ୪୨ଟି ଗ୍ରାମର ୮୦୦ ରୁ ଉର୍ଦ୍ଧ ଲୋକମାନେ ବିଭିନ୍ନ ସମସ୍ୟା ବିଷୟରେ ମତ ରଖିଥିଲେ |ସେହି ସମସ୍ୟାର ସମାଧାନ ପାଇଁ ଅଧିକାରୀ ମାନେ ଦାୟିତ୍ୱ ନେଇଥିଲେ | ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଯୋଜନା ମଧ୍ୟରେ ସମନ୍ବିତ ଶିଶୁ ବିକାଶ ସେବା , ମମତା ଯୋଜନା, ମଧ୍ୟାହ୍ନ ଭୋଜନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ବିଷୟରେ ସମୀକ୍ଷା କରାଯାଇଥିଲା | ପଂଚାୟତ ସ୍ତରୀୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ର ସାମାଜିକ ସମୀକ୍ଷା ମାଧ୍ୟମରେ ଚିପକୁର ଭଳି ଏକ ଉପାନ୍ତ ଅଂଚଳରେ ଲୋକମାନଙ୍କ ସମସ୍ୟାକୁ ସରକାର କେବେ ଦୂର କରିବେ ତାହା ଦେଖିବାକୁ ରହିଲା |

Comments are closed.