Advertisements
Saturday, July 4, 2020
Home District News ପିଠା କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ

ପିଠା କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ସମଗ୍ର ରାୟଗଡା ଜ଼ିଲ୍ଲାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାବେଳେ ପଦ୍ମପୁର ବ୍ଲକର ଗୁଳୁଗୁଡା ନୂଆଗଡ ଟେଂମ୍ବାଗୁଡା ପଦ୍ମପୁର ଗ୍ରାମପଂଚାୟତରେ ଏହି ପିଠା କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି |

ଏଥିରେ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ, ପଦ୍ମପୁର ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝୀ, ରାଜ୍ୟ ପର୍ଯ୍ୟବେକ୍ଷକ କୈଳାଶ ଦାସ, ଜ଼ିଲ୍ଲା ପର୍ଯ୍ୟବେକ୍ଷକ ତଥା ଏ ପି ଡ଼ି ପ୍ରଭାତ ଲେଙ୍କା, ନୋଡାଲ ଅଧିକାରୀ ତଥା ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହେରା, ସମସ୍ତ ପଂଚାୟତ ସରପଞ୍ଚ ସମିତି ସଭ୍ୟ ସଭ୍ୟା, ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବିସିକେଶନ ଲିମା ଯୋଗ ଦେଇଥିଲେ | ବିଧାୟକ ଏହି କାର୍ଯ୍ୟକ୍ରମ ଉପରେ ସମ୍ୟକ ସୂଚନା ଦେଇଥିଲେ | ଏହି ପିଠା କାର୍ଯ୍ୟକ୍ରମରେ ମୋଟ ୨୩ଜଣ କଳାକାରଙ୍କୁ ଭତ୍ତା, ନିର୍ମାଣ ଶ୍ରମିକଙ୍କୁ କାର୍ଡ ବଣ୍ଟନ, କୃଷି ସ୍ୱାସ୍ଥ୍ୟ ବୀମା କାର୍ଡ, ଜାତୀୟ ପରିବାର କଲ୍ୟାଣ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ସହାୟତା ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ମାନେ ସେମାନଙ୍କର କାର୍ଯ୍ୟ ଉପରେ ସୂଚନା ଦେଇଥିଲେ | କୃଷି ବିଭାଗ ଜୀବିକା ମିଶନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଷ୍ଟଲ ମାନ ଖୋଲାଯାଇଥିଲା ଓ ଏଥିରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା | ଶେଷରେ ବ୍ଲକ ଉନୟନ ଅଧିକାରୀ ଶ୍ରୀ ଅଗସ୍ତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

ତୈଳ ଦର ବୃଦ୍ଧି କୁ ନେଇ କଂଗ୍ରେସ ପକ୍ଷରୁ ଦାବି ପତ୍ର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //ଲମତାପୁଟ (ତା ୩/୭/୨୦): ବ୍ଲକ କଂଗ୍ରେସ ଦଳ ପକ୍ଷରୁ ତୈଳ ଦର ବୃଦ୍ଧି କୁ ନେଇ ସ୍ଥାନୀୟ ଡାକ ବଙ୍ଗଳା ଛକରୁ ଏକ ପଦ...

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

Recent Comments

%d bloggers like this: