ଚାଷୀଙ୍କୁ ଚଡକ- ‘ପେଥାଇ’ ପ୍ରଭାବରେ ଧାନ, କପା, ରବିଫସଲ, ପନି ପରିବା ବ୍ୟାପକ ନଷ୍ଟ

ମୁରିବାହାଲ(ଭଗବାନ ମହାନ୍ତି/ନିମାଇଁ ବଘାର): ମୁରିବାହାଲ ଅଦିନିଆ ବର୍ଷା ଯୋଗୁଁ ୨୨ଟି ପଂଚାୟତରେ ଲଘୁଚାପ ଜନିତ ପ୍ରଭାବ ହେଇ ବ୍ୟାପକ କ୍ଷୟ କ୍ଷତି ହେବାର ଆଶଙ୍କା ରହିଛି | ଚାଷୀକୁ କୁରୁଡ଼ା ମାଡ଼ ସଦୃଶ ହୋଇଛି |

ପ୍ରଥମରେ ବର୍ଷା ପାଇଁ ଚାଷ ଉଜୁଡ଼ିଯାଇଥିଲା, ଆଉ ଗୋଟିଏ ବର୍ଷା ହୋଇଥିଲେ ଚାଷ ବହୁତ ଭଲ ହୋଇଥାନ୍ତା କିନ୍ତୁ ଆଉ ହେଲାନାହିଁ | ଯେତେବେଳେ ଅମଳ ସମୟ ହେଲା ଯାହା ଟିକେ ଅଧେ ହୋଇଥିଲା ‘ପେଥାଇ’ ପ୍ରଭାବରେ ରବିବାରରୁ ଝିପି ଝିପି ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି | ବର୍ଷା ଯୋଗୁଁ ଧାନ ବିଲରେ କଟା ହୋଇପଡିଥିବା ଧାନ ପେଟା ବର୍ଷା ପାଣିରେ ନଷ୍ଟ ହେବାକୁ ବସିଛି |

ସେହିପରି କପାଚାଷୀ ମାନେ ଠିକ ଅମଳ କରିବା ସମୟ ଅଧାରୁ ଅଧିକ ତୁଳା ହେଇନାହିଁ ଏହି ସମୟରେ ବର୍ଷା ଚାଲିଛି ହେଲେ ସବୁ ତକ ଏକର ଏକର ଅ|ଟରେ କପା ପଡି ରହିଛି | କପା ଚାଷ ପାଇଁ ଚାଷୀ ଋଣ କରିଥାନ୍ତି କପା ଚାଷରେ ବର୍ଷା ପଡିଗଲେ କଳା ପଡ଼ିଯାଏ | ତାର ମାନ ନଷ୍ଟ ହେବା ଫଳରେ କମ ଦାମରେ ବିକ୍ରି ପାଇଁ ବାଧ୍ୟ ହୋଇଥ|ଏ | ବର୍ତ୍ତମାନ କେମିତି ସୁଝିବେ ଚିନ୍ତାରେ ଚାଷୀ ଭିଯୁଛି ବାହାରେ | ସେହିପରି ହରଡ଼,ସୋରିଷ,ମୁଗ,ବିରି, କୋଳଥ ଭଳି ରବି ଫସଲ ପନି ପରିବ| ମଧ୍ୟ ଏଇ ବର୍ଷା ପ୍ରଭାବରେ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି | ଏଡିସନାଲ ଏଗ୍ରିକଲଚର ଅଫିସର ଡମ୍ୱରୁଧର ବାଗଙ୍କୁ ଯୋଗାଯୋଗ ହୋଇପାରିଲାନାହିଁ | ଅଞ୍ଚଳ ବାସି ଚାଷୀ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଦାବି କରୁଛନ୍ତି |

Comments are closed.