Advertisements
Thursday, July 9, 2020
Home headline ଗୁମା ଘାଟିରେ ଆତଙ୍କ ରାଜ-ଲୁଟେରା ଦଳର ପର୍ଦ୍ଦାଫାଶ, ଲୁଟେରା ମଧ୍ୟରେ ପୋଲିସଙ୍କ ପୁଅ

ଗୁମା ଘାଟିରେ ଆତଙ୍କ ରାଜ-ଲୁଟେରା ଦଳର ପର୍ଦ୍ଦାଫାଶ, ଲୁଟେରା ମଧ୍ୟରେ ପୋଲିସଙ୍କ ପୁଅ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଥାନା ଅନ୍ତର୍ଗତ କୁମ୍ଭିକୋଟା ପୋଲିସ ଫାଣ୍ଡି ଅଂଚଳର ଗୁମା ଘାଟୀ ରେ ଗତ କିଛିଦିନ ହେଲା ଆତଙ୍କ ରାଜ ଚଳାଇ ଟ୍ରକ ବାଇକ କାର ମୋଟର ଗାଡିକୁ ଅଟକାଇ ଯାତ୍ରୀ ମାନଙ୍କ ଠାରୁ ସେମାନଙ୍କ ଟଙ୍କା ମୋବାଇଲ ଗହଣା ପ୍ରଭୃତି ଲୂଟ କରାଯାଉଥିବା ଲୁଟେରା ଦଳକୁ ରାୟଗଡା ପୋଲିସ ସକ୍ଷମ ହୋଇଛି |

ଆଜି ରାୟଗଡା ଏସ ଡ଼ି ପି ଓ ଶ୍ରୀ ରାଜକିଶୋର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗତ ୧୧. ୧୨. ୨୦୧୮ ଟାଟା ଟ୍ରଲର ନମ୍ବର ଆର ଯେ ୪୮ଜିଏ ୧୮୪୪ ର ଗାଡି ଚାଳକ ଅଜୟ କୁମାର ସାହୁ, ଗ୍ରାମ ସାବନ ଜ଼ିଲ୍ଲା ଅଜମେର ରାଜସ୍ଥାନ ଓ ତାଙ୍କ ସାଥି ଚାଳକ ଧନରଜ ଯୋଗୀ | ଏହି ଟ୍ରଲରରେ ଆଲୁମିନା ବୋଝେଇ କରି ରାୟଗଡା ସହର ଦେଇ ଯିବା ସମୟରେ ଜ଼ିଲ୍ଲାପାଳଙ୍କ ବାସ ଭବନ ନିକଟସ୍ଥ ଛକ ଠାରେ କୃତାର୍ଥ ଦଳାଇ ଓରଫ ମିଥୁନ, ସୁଧାଂଶୁ ରଞ୍ଜନ ରାଜଗୁରୁ ଏହି ଗାଡି ଅଟକାଇ ଗାଡି କେଉଁଠାରୁ ଆସିଛି କୁଆଡେ ଯିବ ପଚରି ବୁଝିଥିଲେ ଗାଡିଚାଳକ କହିଥିଲେ ଗାଡି ହେଉଛି ରାଜସ୍ଥାନ ର | ଗାଡିଟି ବାହାରର ହୋଇଥବାରୁ ଏହାକୁ ରାସ୍ତାରେ ଅଟକାଇ ଲୂଟ କରିବା ନିମନ୍ତେ ଯୋଜନା କରି କୃତାର୍ଥ ଦଳାଇ ଓରଫ ମିଥୁନ, ସୁଧାଂଶୁ ରଞ୍ଜନ ରାଜଗୁରୁ ଓ ତାଙ୍କ ଅନ୍ୟ ୩ସହଯୋଗୀ ମିଶି ଏକ ବଜାଯ ସି ଟି ୧୦୦ OD18D1167, ମହେନ୍ଦ୍ର ମାରାଯ଼ା ନମ୍ବର ବିହୀନ ଗାଡ଼ିରେ ରାୟଗଡା କୋରାପୁଟ ରାସ୍ତାରେ ଶିରାକନା ନିକଟସ୍ଥ ତାରିଣୀ ମନ୍ଦିର ଠାରେ ଏହି ଟ୍ରଲରକୁ ଅଟକାଇଥିଲେ | ଗାଡି ନ ଅଟକିବାରୁ ଏହି ୫ଜଣ ଲୁଟେରା ଦ୍ରୁତ ଗତିରେ ଯାଇ ଗୁମା ଘାଟିରେ ମହେନ୍ଦ୍ର ମାରାଯ଼ା ରଖି ପଥର ସହ ରାସ୍ତା ଅବରୋଧ କରିଥିଲେ | ଯେତେବେଳେ ଘାଟୀ ରାସ୍ତା ଉପରକୁ ଏହି ଟ୍ରଲର ଛାଡୁଥିଲା ରାସ୍ତାରେ ଏହା ଦେଖି ଗାଡି ଟି ଅଟକି ଯାଇଥିଲା | ଏହି ପାଞ୍ଚ ଜଣ ଲୁଟେରା ଉକ୍ତ ଗାଡିଚାଳକ ଦୁଇ ଜଣଙ୍କୁ ମରଣାତ୍ମକ ଆକ୍ରମଣ କରି ସେମାନଙ୍କ ଠାରୁ ଆଠ ହଜାର ଟଙ୍କା ନଗଦ, ଏକ ନୋକିଆ କଳା ରଙ୍ଗର ମୋବାଇଲ ଫୋନ ନେଇ ଚମ୍ପଟ ମାରିଥିଲେ | ଏହା ପର ଦିନ ୧୨. ୧୨. ୨୦୧୮ ରେ ଗାଡି ଚାଳକ ଦୁଇ ଜଣ ଆସି ଥାନାରେ ରିପୋର୍ଟ ଦାଖଲ କରିଥିଲେ | ରାୟଗଡା ଥାନା କେଶ ନ ୨୭୬/୧୩.୧୨. ୨୦୧୮ u. s ୩୯୫/୩୯୭ ଇପିସି ରୁଜୁ କରି ଘଟଣାର ତଦନ୍ତ ଆରଂଭ କରି ରାୟଗଡା ସହରର ଭଦ୍ରବ୍ୟକ୍ତି କୃତାର୍ଥ ଦଳାଇ ଓରଫ ମିଥୁନ, ବାପା ଗୋପୀନାଥ ଦଳାଇ ଗାନ୍ଧିନଗର ଓ ଅନ୍ୟ ଜଣ ସୁଧାଂଶୁ ରଞ୍ଜନ ରାଜଗୁରୁ ପିତା ଶ୍ୟାମ ସୁନ୍ଦର ରାଜଗୁରୁ ରାଣୀଗୁଡା ଙ୍କୁ ଧରିବାରେ ପୋଲିସ ସମର୍ଥ ହୋଇଛି | ଏମାନଙ୍କ ଅନ୍ୟ ୩ ସହଯୋଗୀଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଏସ ଡ଼ି ପି ଓ କହିଛନ୍ତି | ଫେରାର ଆସାମୀ ମଧ୍ୟରେ ଏକ ପୋଲିସ କର୍ମଚାରୀର ପୁଅ ଅଛି | ଏହି ଲୁଟେରା ମାନଙ୍କ ଠାରୁ ନଗଦ ୧୯,୫୦୦, ଏକ ବଜାଯ ସି ଟି ୧୦୦ ନ OD18D1168, ଏକ ନମ୍ବର ବିହୀନ ମହେନ୍ଦ୍ର ମାରାଯ଼ା ଗାଡି ଜବତ କରିଛି | ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ ଡ଼ି ପି ଓ ସୂଚନା ଦେଇଛନ୍ତି | ଏହି ସାମ୍ବାଦିକ ସମିଳନୀରେ ରାୟଗଡା ଥାନା ଆଇ ଆଇ ସି କୃଷ୍ଣ ଚନ୍ଦ୍ର ଭତ୍ରା ଉପସ୍ଥିତ ଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା...

ଜାମ୍ମୁ କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ସୂଚନା

ଶ୍ରୀନଗର (ଓଡିଶା ନ୍ୟୁଜ୨୪ ବ୍ୟୁରୋ): ବୁଧବାର ରାତିରେ ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ ଏବଂ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ପରିବାରର...

କାନପୁର ଗୁଳି କାଣ୍ଡ ର ମାଷ୍ଟର ମାଇଣ୍ଡ ବିକାଶ ଦୁବେ ଗିରଫ

ନୂଆଦିଲ୍ଲୀ (୦୯/୦୭): ଗତ ସପ୍ତାହରେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କାନପୁର ଗୁଳିରେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ମଧ୍ୟପ୍ରଦେଶରେ ଗିରଫ କରାଯାଇଛି।

ଆଜି କରୋନାରେ ମୃତ୍ୟୁ ସଂଖ୍ୟା ୪ ସହ ୫୨କୁ ବୃଦ୍ଧି

ଭୁବନେଶ୍ୱର (୦୯/୦୭): ରାଜ୍ୟରେ କୋରୋନା ନେଲା ଆଉ ୪ ଜୀବନ, ଭଦ୍ରକରେ କୋରୋନାରେ ପ୍ରଥମ ମୃତ୍ୟୁ, ଗଞ୍ଜାମରେ କୋରୋନାରେ ୩ ଜଣଙ୍କ ମୃତ୍ୟୁ, ଗଞ୍ଜାମରେ କୋରୋନା ମୃତ୍ୟୁ ସଂଖ୍ୟା...

Recent Comments

%d bloggers like this: