Thursday, March 28, 2024

Top 5 This Week

Related Posts

ଜେଜେବାପା ଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ନାତୁଣୀ ବୋହୁ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୧/୦୧) : ନିଜର ଜେଜେବାପା ତଥା ପୂର୍ବତନ ସରପଞ୍ଚ ସ୍ବର୍ଗତ ନେତ୍ରାନନ୍ଦ ପ୍ରଧାନ ଙ୍କ ଅଧୁରା ସ୍ୱପ୍ନ କୁ ପୂରଣ କରିବା ପାଇଁ ନିର୍ବାଚନ ମଇଦାନକୁ ଓଲ୍ହାଇଲେ ଉଚ୍ଚ ଶିକ୍ଷିତା ୨୪ ବର୍ଷୀୟା ମହିଳା ଚନ୍ଦ୍ରମା ପ୍ରଧାନ ।

ସୂଚନା ଅନୁସାରେ ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ଗ୍ରାମ ପଞ୍ଚାୟତ ୧୯୯୨ ମସିହାରେ ଗଠନ ହୋଇଥିଲା ଯେଉଁଥିରେ କି ପ୍ରଥମ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ସ୍ବର୍ଗତ ନେତ୍ରାନନ୍ଦ ପ୍ରଧାନ।ସେ ତାଙ୍କ ସମୟରେ ବହୁତ ଉନ୍ନତି ମୂଳକ କାମ କରିଥିଲେ କିନ୍ତୁ ତାଙ୍କ ପରେ ଦୀର୍ଘ ୩୦ ବର୍ଷ ହେବ ପଂଚାୟତ ଅବହେଳିତ ହୋଇ ରହିଥିବା ତଥା ନିଜ ଜେଜେବାପା ଙ୍କ ଅଧୁରା ସ୍ୱପ୍ନ କୁ ପୁରା କରିବା ପାଇଁ ନିର୍ବାଚନ ମଇଦାନକୁ କୁ ଓଲ୍ହାଇବା ପାଇଁ ଜନମତ ଦେବାରୁ ଚନ୍ଦ୍ରମା ନିର୍ବାଚନ ଲଢ଼ିବା ପାଇଁ ମନସ୍ଥ କରିଛନ୍ତି ଓ ଲୋକ ମାନେ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରିବେ ବୋଲି ବିଶ୍ୱାସ ଓ ଭରସା ସହ ନିର୍ବାଚନ ଲଢୁଛନ୍ତି ବୋଲି ସୂଚନା ଦେବା ସହ ଆଜି ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଶ୍ରୀମତୀ ପ୍ରଧାନ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles