Advertisements
Saturday, July 4, 2020
Home Death Case ବାଲିଗୁଡ଼ାରେ ଜମି ବିବାଦକୁ ନେଇ ଗୁଳି ମାଡ, ଜଣେ ମୃତ

ବାଲିଗୁଡ଼ାରେ ଜମି ବିବାଦକୁ ନେଇ ଗୁଳି ମାଡ, ଜଣେ ମୃତ

ବାଲିଗୁଡା (ବିଭୁତି ଲହରିଆ): ସଂପର୍କୀୟ ଭାଇ ଭାଇ ମଧ୍ୟ୍ୟରେ ଦୀର୍ଘ ଦିନରୁ ଲାଗିରହିଥିବା ଜମି ବିବାଦକୁ ନେଇ ଘଟିଛି ବଚସା ଓ ଗଣ୍ଡଗୋଳ, ତା ପରେ ଗୁଳି ମାଡ, ଏଥିରେ ଜଣେ ସଂପର୍କୀୟ ଭାଇ ଟଳି ପଡିଲେ |

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା କାମେରୀ ଗାଁରେ ସୋମବାର ବିଲମ୍ୱିତ ରାତିରେ ଏହି ଘଟଣା ଘଟିଛି | ସେହି ଗାଁର ପଡେ଼ଶୀ ଗୋବିନ୍ଦ ବିଧାଣି ଓ ନିଦ ପ୍ରଧାନୀ ମଧ୍ୟରେ ପ୍ରଥମେ ଝଗଡା ହୋଇଥିଲା | ନିନ୍ଦର ବଡ ଭାଇ ରାମଚନ୍ଦ୍ର ପ୍ରଧାନୀ ଗଣ୍ଡଗୋଳ ଛଡେଇବା ପାଇଁ ଆସିଥିଲେ | ଏ ସମୟରେ ଗୋବିନ୍ଦ ସେଥିରୁ ଘରକୁ ଯାଇ ଦେଶୀ ବନ୍ଧୁକ ଆଣି ଗୁଳି କରିଥିଲା | ଗୁଳି ବାଜି ଘଟଣା ସ୍ଥାନରେ ଟଳି ପଡିଥିଲା ରାମ ପ୍ରଧାନୀ (୫୫) ପରେ ପୁଣି ଉଭୟ ପରିବାର ମଧ୍ୟରେ କାଠ ଦ୍ୱାରା ବାଡିଆ ବାଡ଼ି ହୋଇ ନିଦ ପ୍ରଧାନୀ ଗୁରୁତର ହେଇ ବାଲିଗୁଡା ଚିକିତ୍ସାଲୟରେ ଭର୍ତ୍ତୀ ହୋଇଛନ୍ତି | ବାଲିଗୁଡା ପୋଲିସ ଘଟଣା ଜାଗାରେ ପହଂଚି ତଦନ୍ତ ଆରମ୍ଭ କରିଛି | ପୋଲିସ ମୃତ ଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ ବାଲିଗୁଡା ଡାକ୍ତରଖାନା ପଠାଇଛି | ଏ ନେଇ ବାଲିଗୁଡା ଥାନାରେ ଦୁଇଟି ପୃଥକ ପୃଥକ ମାମଲା ହୋଇଥିବା ଥାନା ଅଧିକାରି ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି | କେସ ୧୮୩/୧୮୪/୧୮ ରେ ମୃତ ରାମ ପ୍ରଧାନୀଙ୍କ ପରିବାର ପକ୍ଷରୁ ଓ ଅନ୍ୟଟି ଗୋବିନ୍ଦ ଦଣ୍ଡସେନାଙ୍କର ପତ୍ନୀ ଅଭିଯୋଗ କରିଛନ୍ତି | ଗୋବିନ୍ଦଙ୍କ ବାପା ବକା ଦଣ୍ଡସେନା ମଧ୍ୟ ଆହତ ହୋଇଛନ୍ତି | କିନ୍ତୁ ଗୋବିନ୍ଦ ଘଟଣା ସ୍ଥାନରୁ ଫେରାର ହୋଇଛି |ପୋଲିସ ଘଟଣାସ୍ଥାନରୁ ବନ୍ଧୁକ ଓ ଅନ୍ୟ ସାମଗ୍ରୀ ଜବତ କରି ତଦନ୍ତ ଚଳାଇଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ତୈଳ ଦର ବୃଦ୍ଧି କୁ ନେଇ କଂଗ୍ରେସ ପକ୍ଷରୁ ଦାବି ପତ୍ର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //ଲମତାପୁଟ (ତା ୩/୭/୨୦): ବ୍ଲକ କଂଗ୍ରେସ ଦଳ ପକ୍ଷରୁ ତୈଳ ଦର ବୃଦ୍ଧି କୁ ନେଇ ସ୍ଥାନୀୟ ଡାକ ବଙ୍ଗଳା ଛକରୁ ଏକ ପଦ...

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

Recent Comments

%d bloggers like this: