ପେଥାଇର ପ୍ରଭାବରେ ରାୟଗଡା ଜ଼ିଲ୍ଲାରେ ଚାଷୀ କୁଳର ମେରୁଦଣ୍ଡ ଭାଙ୍ଗିବା ସାଙ୍ଗକୁ ଗାଈ ବାଛୁରୀଙ୍କ ମୃତ୍ୟୁ

ରାୟଗଡା ଜ଼ିଲ୍ଲା ପ୍ରତିନିଧି(ଅମୁଲ୍ୟ ନିଶଙ୍କ): ଗତ ତିତିଲିରେ ରାୟଗଡା ଜ଼ିଲ୍ଲା ଦୋହଲି ଯାଇଥିବା ବେଳେ ବର୍ତମାନ ପେଥାଇ ଏହି ଜ଼ିଲ୍ଲାର ଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି |

ସହସ୍ରାଧିକ ଧାନ ଜମିରେ ଫସଲ ନଷ୍ଟ ହେବା ସାଙ୍ଗକୁ କପା ଚାଷୀ ମଧ୍ୟ୍ୟ ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି ଧାନ ଓ କପା ଫସଲ ଅମଳର ବର୍ତମାନ ପ୍ରକୃଷ୍ଟ ସମୟ ହୋଇଥିବା ବେଳେ ଏହି ସମୟରେ ପେଥାଇ ଚାଷୀକୁଳର ବହୁତ କ୍ଷତି କରିଛି | ବାତ୍ୟା ଘୋଷଣା ପରେ ଚାଷୀ ମନେ ପ୍ରସ୍ତୁତ ହୋଇପାରିନଥିଲର କଟା ଧାନକୁ ଖଳାକୁ ଆଣିବାରେ ସକ୍ଷମ ହୋଇପାରିନଥିଲେ | ଖାଲରେ ପଡିରହିଥିବା ଧାନକୁ ମଧ୍ୟ୍ୟ କିପରି ଭାବେ ସୁରକ୍ଷିତ ରଖିବି ତାହା ନେଇ ଚିନ୍ତାରେ ପଡିଯାଇଥିଲେ ମଣ୍ଡିରେ ପୋଡି ରହିଥିବା ଧାନକୁ ଆର ଏମ ସି କର୍ତୃପକ୍ଷ ପଲିଥିନ ଢାଙ୍କି ରଖିଥିବା ବେଳେ ସହ ସହ ଏକର ଜମିରେ ଥିବା ଧାନକୁ ଚାଷୀ ମାନେ ବାତ୍ୟା ଦାଉରୁ ରକ୍ଷା କରିପାରିନଥିଲେ | ପ୍ରାଥମିକ ସୂଚନାରେ କୃଷି ବିଭାଗ ଜଣାଇଛନ୍ତି ଖାଲୁଆ ଅଂଚଳରେ ଥିବା ୫୦ରୁ ଶହେ ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଛି | ରାୟଗଡା ଉପ ନିର୍ଦେଶକ କୃଷିବିଭାଗ ରବୀନ୍ଦ୍ର ନାଥ ଖୁଣ୍ଟିଆ ଅଧିକ ବର୍ଷା ହୋଇଥବା କଲ୍ୟାଣସିଂପୁର ଗୁଡାରି ପଦ୍ମପୁର ବିଷମକଟକ ଗୁଣୁପୁର କୋଲନରା ରାମନାଗୁଡ଼ା ରାୟଗଡା ବ୍ଲକରେ ସର୍ଭେ କରି ତୁରନ୍ତ ପ୍ରାପ୍ୟ ପ୍ରଦାନ ନିମନ୍ତେ କୃଷିକର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି | ଅନ୍ୟପକ୍ଷରେ ଜ଼ିଲ୍ଲାରେ ପାଣି ପାଇଁ ଚାଷ ମଧ୍ୟ୍ୟ କ୍ଷତି ହୋଇଛି | ଏହି ଜ଼ିଲ୍ଲା ରେ ୫ହଜାର ୪ଶହରୁ ଉର୍ଧ୍ଵ ହେକଟର ଜମିରେ ପନିପରିବା ଚାଷ ହୋଇଥିଲା | ବହୁତ ଜମିରେ ଫୁଲ ଧରୁଥିବା ଫସଲ ବର୍ଷା ପାଣି ପଡିବାରୁ ଫୁଲ କୋବି ବନ୍ଧା କୋବି ଟମାଟ ଚାଷୀ ବହୁ କ୍ଷତି ଗ୍ରସ୍ତ ହୋଇଛନ୍ତି | ଏହି ପେଥାଇ ପ୍ରଭାବରେ ରାୟଗଡା ପଦ୍ମପୁର ରାମନାଗୁଡ଼ା ବ୍ଲକରେ ପ୍ରାୟ ୩୦ରୁ ଉର୍ଧ୍ଵ ଗାଈ ମୃତ୍ୟୁ ବରଣ କରିଛନ୍ତି | ରାୟଗଡା ବ୍ଲକ ମାଟିକଣା ଗ୍ରାମରେ ୧୫ଟି ଗାଈ ରାମନାଗୁଡ଼ା ବ୍ଲକରେ ୧୩ ଟି ପଦ୍ମପୁର ବ୍ଲକ ର ମୂଚିକିପଦାର ଛକ ଠାରେ ୨୦ରୁ ଉର୍ଧ ଗାଈ ମୃତ୍ୟୁ ବରଣକରିଛନ୍ତି ଓ ଅନ୍ୟ କେତକ ଅଂଚଳ ରେ ଛେଳି ମରିଥିବା ଖବର ମଧ୍ୟ୍ୟ ମିଳିଛି | ଏଥି ନିମନ୍ତେ ରାଜସ୍ବ ବିଭାଗ କର୍ମଚାରୀ ଗାଁ କୁ ଗାଁ ବୁଲି ସର୍ଭେ କରିବା ନିମନ୍ତେ ନିର୍ଦେଶ ଦିଆଯାଇଛି | କ୍ଷୟ କ୍ଷତି ସମ୍ପର୍କିତ ସ୍ପଷ୍ଟ ରିପୋର୍ଟ ଆସିବା ପରେ ରିଲିଫ କମିଶନରକୁ ପ୍ରଦାନ କରାଯିବ ବୋଲି ଜ଼ିଲ୍ଲା ପାଳ ଗୂହା ପୂନମ ତାପସ କୁମାର ସୂଚନା ଦେଇଛନ୍ତି | ଲଗାଣ ବର୍ଷା ଯୋଗୁଁ ଜ଼ିଲ୍ଲାରେ ଗତ ତିନି ଦିନ ଧରି ମଣ୍ଡିରେ ଧାନ କିଣା ବନ୍ଦ ଥିଲା ଓ ମଣ୍ଡିରେ ଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ଆର ଏମ ସି ପ୍ରତି ବ୍ଲକରେ ତିନି କ୍ଷେତ୍ର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ଜ଼ିଲ୍ଲା ପାଳ କହିଛନ୍ତି |

Comments are closed.