Advertisements
Monday, July 13, 2020
Home District News ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇ କୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ନବରଙ୍ଗପୁର ଜିଲ୍ଲା ବନ୍ଦ...

ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇ କୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ସଫଳ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ. ସତୀଶ) : ଅବିଭକ୍ତ କୋରାପୁଟ ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ନିଷ୍ପତି କ୍ରମେ ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଙ୍ଘ ପକ୍ଷରୁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ସଫଳ ହୋଇଛି ।

ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନବରଙ୍ଗପୁର ସହ ଜିଲ୍ଲାର ଉମରକୋଟ , କୋଷଗୁମୁଡ଼ା ,କୋଡ଼ିଙ୍ଗା, ପାପଡାହାଣ୍ଡି ,ରାଇଘର ,ଝରିଗା , ନନ୍ଦହାଣ୍ଡି , ଚାନ୍ଦହାଣ୍ଡି ବ୍ଲକ ମାନଙ୍କରେ ସମ୍ପୂର୍ଣ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦ ଡାକରା ଦ୍ୱାରା ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ , ସ୍କୁଲ ଓ କଲେଜ , ବ୍ୟାଙ୍କ , ଗାଡ଼ି ଚଳାଚଳ ଓ ଜିଲ୍ଲା କୋର୍ଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଉକ୍ତ ବନ୍ଦ ଡାକରା କୁ ଜିଲ୍ଲା ବାଣିଜ୍ୟ ସଙ୍ଘ , ଟ୍ରକ ଓ ବସ ମାଲିକ ସଙ୍ଘ , ଆଟୋ ସଙ୍ଘ ସହ ବିଭିନ୍ନ ସଂଘଠନ ସମର୍ଥନ ଜଣାଇଥିଲେ । ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ସମର୍ଥନ ଜଣାଇବା ସହ ବନ୍ଦ ଡାକରାରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ , ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ , ବିଜେପି ସମ୍ପାଦକ ମୂର୍ତଞ୍ଜୟ ଦାସ ଓ ଗୌରୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

ଆର୍ଥିକ ଅନଗ୍ରସରତା ଏହି ଅଞ୍ଚଳର ଗରିବ ଆଦିବାସୀ ଓ ହରିଜନ ଲୋକଙ୍କ ଦୃଷ୍ଟି ରଖି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଯେ କୌଣସି ସ୍ଥାନରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ନିମନ୍ତେ ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଙ୍ଘ ଦାବି କରିଛି। ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଙ୍ଘର ସଭାପତି ନରସିଂହ ତ୍ରିପାଠୀ , ସମ୍ପାଦକ ରାମ ପ୍ରସାଦ ପାତ୍ର ଙ୍କ ନେତୃତ୍ୱରେ ଏହି ବନ୍ଦ ଡାକରା ରେ ଆଇନ ଜୀବୀ ସଙ୍ଘର ଉପସଭାପତି ହରି ନାରାୟଣ ବେହେରା , ସହସମ୍ପାଦକ ଦାମୋଧର ତ୍ରିପାଠୀ , କୋଷାଧ୍ୟକ୍ଷ ସୀମାଞ୍ଚଳ ପାତ୍ର , ବରିଷ୍ଠ ଆଇନଜୀବୀ ଏ ନ.ଅହମ୍ମଦ , ଅରବିନ୍ଦ ପଟନାୟକ , ସୂର୍ଯ୍ୟ ତ୍ରିପାଠୀ , ସିଏଚ ମୁରୁଲି ରାଓ , ଆଶିଷ ରଞ୍ଜନ ପଟନାୟକ , ସଚ୍ଚିଦାନନ୍ଦ ସ୍ୱାଇଁ , ପିଣ୍ଟୁ ମିଶ୍ର , ପୂର୍ଣ୍ଣ ମହାପାତ୍ର , ସମରେଶ ଗନ୍ତାୟତ , ସିରାଜ ଅହମ୍ମଦ , ଗୋପାଳ ପାଣିଗ୍ରାହୀ , କିଶୋର ପଟନାୟକ , ପ୍ରଫୁଲ ସିଂ , ମିଟୁ ମହାରଣା ସହ ବହୁ ଆଇନଜୀବୀ ଓ ବିଭିନ୍ନ ସଙ୍ଗଠନ ର ବହୁ ଵ୍ୟକ୍ତି ଗଣ ଯୋଗ ଦେଇଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: