Related Contents

କ.ନୂଆଗାଁ ବ୍ଲକରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା (ବିଭୁତି ଲହରିଆ): ବାଲିଗୁଡା କ.ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପିଠା ଯୋଜନା ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ବାଲିଗୁଡା କ.ନୁଆଗାଁ ବ୍ଲକର କଂଜା ମେଣ୍ଡି, ମହାସିଙ୍ଗି, କୁଡୁତୁଲି, ପଞ୍ଚାୟତ ରେ ପିଠା ଯୋଜନା ଅନୁଷ୍ଠିତ ହୋଇଛି| ମହାସିଙ୍ଗ ପଞ୍ଚାୟତରେ ଆୟୋଜିତ ପିଠା କାର୍ଯ୍ୟକ୍ରମରେ କ ନୂଆଗାଁ ବିଡିଓ ମନୋଜ ତ୍ରିପାଠୀ ଉଦଘାଟନ କରି ଜନସାଧାରଣ ସରକାରୀ ଯୋଜନାର ସୁଫଳ ପାଇବା ପାଇଁ କହିଥିଲେ |ଏଥିରେ ସିଡିପିଓ ଦୌପଦି କହଁର ଅତିଥି ରୂପେ ଯୋଗ ଦେଇ ମହିଳା ମାନଂକୁ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇ ଥିଲେ |

ଏ ପି ଓ ସୂର୍ଯ୍ୟ ନାରାୟଣ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ନୀଳିମା ମଲିକ, ନାଏବ ସରପଞ୍ଚ ପଜିତ ପାତ୍ର, କାର୍ଯ୍ୟନିଵାହୀ ଅଧିକାରୀ, ଜିଆଏସ,ୱାର୍ଡ ମେମ୍ବର ପ୍ରମୁଖ ଯୋଗଦେଇଥିଲେ | ସେହିପରି କୁଡୁତୁଲି ପଂଚାୟତରେ ବ୍ଲକ ଅଧ୍ୟକ୍ଷ ଚକ୍ରମଣି କହଁର, ସରପଞ୍ଚ ବିଷ୍ନୁପ୍ରିୟ ମଳିକ, ବ୍ଲକ ଅଧିକାରୀ ସମେତ ମହିଳା ଏସଏଜି ସଂଘଠନ ପ୍ରଭୃତି ଯୋଗ ଦେଇଥିଲେ |

Comments are closed.