Friday, March 29, 2024

Top 5 This Week

Related Posts

ନୂଆପାଲି ରେ ମେମୋରିଆଲ କ୍ରିକେଟ ଟୁର୍ଣ୍ଣମେଣ୍ଟ : ଝିଙ୍କି ଦଳ ହେଟ୍ରିକ ଚାମ୍ପିଆନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୦/୧) : ବିନିକା ଏନଏସି ଅନ୍ତର୍ଗତ ନୂଆପାଲି ଖେଳ ପଡିଆରେ ଜୟ ମାଁ ଘଣ୍ଟାଶିନୀ କୁମୁଦ ଭୁଏ, ଅବ୍ୟୟ ଖଣ୍ଡାୟତ, ଅଭିନାଶ ବେହେରା ଙ୍କ ସ୍ମୃତି ରେ ୪ତମ ଏକ ଦିବସୀୟ ମେମୋରିଆଲ କ୍ରିକେଟ ଟୁର୍ଣ୍ଣମେଣ୍ଟ ନୂଆପାଲି ଯୁବକ ସଂଘ ର ଆନୁକୂଲ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 01 21 at 9.52.47 AM ନୂଆପାଲି ରେ ମେମୋରିଆଲ କ୍ରିକେଟ ଟୁର୍ଣ୍ଣମେଣ୍ଟ : ଝିଙ୍କି ଦଳ ହେଟ୍ରିକ ଚାମ୍ପିଆନ

ନୂଆପାଲି ଯୁବକ ସଂଘ ର ସଭାପତି ଦୀପକ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟୁର୍ଣ୍ଣମେଣ୍ଟ ର ଉଦଘାଟନି ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଚାଷୀନେତା ଭିମସେନ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓକିଲ ସଂଘ ର ସଭାପତି ସୁଧାଂଶୁ ଶେଖର ଦାଶ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣମେଣ୍ଟ ରେ ୮ ଟି ଦଳ ଅଂଶଗ୍ରହଣ କରିଥିଲେ ଫାଇନାଲ ଖେଳ ରହିଲା ଏବଂ ଝିଙ୍କି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଝିଙ୍କି ଦଳ ତୃତୀୟ ଥର ପାଇଁ ଏହି ଖେଳ ପଡିଆ ରେ ଚାମ୍ପିଆନ ହୋଇଛି । ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଜେଡି ନଗର ସଭାପତି ତଥା ବିନିକା ସ୍ପୋର୍ଟ୍ସ କ୍ଲବ ସଭାପତି ସୋମନାଥ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ଯୁବନେତା ସୁବାଶ ଚନ୍ଦ୍ର ଭୋଇ, ପୀତବାସ ମେହେର, ନୂଆପାଲି ଗ୍ରାମ୍ୟ କମିଟି ସଭାପତି ଅଜିତ ଦାଶ, ସମ୍ପାଦକ ଶିବ ନାରାୟଣ ନାୟକ, ଯୁବକ ସଂଘ ସଭାପତି ଦୀପକ ବେହେରା, ସମ୍ପାଦକ ଉପେନ୍ଦ୍ର ଭୁଏ, ଉପସଭାପତି ସୋମନାଥ ଭୁଏ ପ୍ରମୁଖ ଯୋଗ ଦେଇ ଚମ୍ପିଅନ, ରନର୍ସ ଅପ ଓ ମ୍ୟାନ ଅଫ ଦ ସିରିଜ ହାସଲ କରିଥିବା ଝିଙ୍କି ଦଳ ର ଶିବାଶିଷ କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ ।

ଶେଷରେ ସହ ସମ୍ପାଦକ ପ୍ରଦୀପ ଖଣ୍ଡାୟତ ଧନ୍ୟବାଦ ଅର୍ପଣ କରିଥିଲେ । ମ୍ୟାଚ ର ଧାରା ବିବରଣୀ ରାଜେନ୍ଦ୍ର ସାଲମା ଓ ମାନସ ଦାଶ ପ୍ରଦାନ କରିଥିବା ବେଳେ ସ୍କୋରର ଭାବେ ଜୟସିଂହ ଖଣ୍ଡାୟତ ଦାୟିତ୍ୱ ତୁଲାଇଥିଲେ । ଏହି ଟୁର୍ଣ୍ଣମେଣ୍ଟ ରେ ମୁକେଶ ବଗର୍ତ୍ତୀ, ଲାଳସ ନାୟକ, ସଙ୍ଗୀତ ବାଘ, ପୀତବାସ ଭୁଏ, ଜଗନ୍ନାଥ ଭୁଏ, ଅନନ୍ତ ଭୁଏ, ସରୋଜ ଖଣ୍ଡାୟତ, ସନ୍ତୋଷ ମଣ୍ଡଳ,ଗଜିନ ନାଏକ ସୁକେଶ ବଗର୍ତ୍ତୀ, ବାବୁଲୁ ବଗର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ ।

Popular Articles