Friday, March 29, 2024

Top 5 This Week

Related Posts

ଓବିସି ସଂରକ୍ଷଣ ପାଇଁ ସୁପ୍ରିମକୋର୍ଟ ଙ୍କ ବଡ ରାୟ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୧/୦୧) : ସାମାଜିକ ନ୍ୟାୟ ପାଇଁ ପାଠ ପଢିବାରେ ସାମାଜିକ ବର୍ଗ (ଓବିସି) କୁ ସଂରକ୍ଷଣ ଦେବା ଉଚିତ । ପାଠ ପଢାରେ ଯୋଗ୍ୟତା ଏବଂ ସଂରକ୍ଷଣ ଦେବା ପରସ୍ପର ର ବିପରୀତ ନୁହଁ । ପଛୁଆ ବର୍ଗଙ୍କୁ ନେଇ ଦୀର୍ଘଦିନ ଧରି NEET ମେଡିକାଲ ନାମଲେଖାରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା ନେଇ ଚାଲିଥିବା ବିଭିନ୍ନ ଆଲୋଚନାର ବିରାମ ଲଗାଇଛନ୍ତି ସୁପ୍ରିମକୋର୍ଟ ।

ଡାକ୍ତରୀ ପାଠ ପଢାରେ ଯୋଗ୍ୟତା ଉପରେ ଗୁରୁତ୍ୱ ଦିଆଯିବା ଦରକାର, ସଂରକ୍ଷଣ ନୁହଁ ବୋଲି ଦାବି ହେଉଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଓବିସି ଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ କୁ ଚ୍ୟାଲେଞ୍ଜ କରି କୋର୍ଟରେ ମାମଲା ଚାଲିଥିଲା । ସୁପ୍ରିମକୋର୍ଟ କହିଛନ୍ତି ଯେ ଅଲ ଇଣ୍ଡିଆ କୋଟାରେ ୨୭ ପ୍ରତିଶତ ସଂରକ୍ଷଣ ସାମ୍ବିଧାନିକ ବୈଧତା ରହିଛି । ଏମିତିରେ କେନ୍ଦ୍ର ଏପରି ସଂରକ୍ଷଣ ଦେବା ପୂର୍ବରୁ କୋର୍ଟ ର ଅନୁମତି ନେବା ଆବଶ୍ୟକ ନାହିଁ ।

ସଂରକ୍ଷଣ ଦେବା ପାଇଁ କେନ୍ଦ୍ର ପୂର୍ବରୁ ନେଇଥିବା ନିଷ୍ପତ୍ତି ଠିକ୍ ବୋଲି ସୁପ୍ରିମକୋର୍ଟରେ ଜଷ୍ଟିସ୍ ଡିଏ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଏସ୍ ବୋପାନ୍ନାଙ୍କ ସ୍ୱତନ୍ତ୍ର ବେଞ୍ଚ କହିଛନ୍ତି । ତେଣୁ ମେଡିକାଲ ସିଟରେ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ କେନ୍ଦ୍ରର ନିଷ୍ପତ୍ତିକୁ କୋର୍ଟ ସମର୍ଥନ କରିଛି । ସୁପ୍ରିମକୋର୍ଟ ଏହି ରାୟରେ କହିଛନ୍ତି ଯେ ଯୋଗ୍ୟତା ସହିତ ସଂରକ୍ଷଣ ମଧ୍ୟ ଦିଆଯାଇପାରିବ । ଏହାକୁ ବିରୋଧ ବୋଲି କୁହାଯିବନି । ଏଥିସହ ସୁପ୍ରିମକୋର୍ଟ କହିଛନ୍ତି ଯେ ସଂରକ୍ଷଣ ଏବଂ ଯୋଗ୍ୟତା ପରସ୍ପରର ବିପରୀତ ନୁହେଁ । ସାମାଜିକ ନ୍ୟାୟ ପାଇଁ ସଂରକ୍ଷଣ ଆବଶ୍ୟକ ।

ନିକଟରେ ଆର୍ଥିକ ଦୁର୍ବଳ ଶ୍ରେଣୀ ବା ଇଡବ୍ଲୁଏସ୍‌ ବର୍ଗ (ଆଠ ଲକ୍ଷ ବାର୍ଷିକ) ଙ୍କୁ କାଉନସେଲିଂରେ ସଂରକ୍ଷଣ ଦେବାକୁ ଅନୁମତି ଦେଇଛନ୍ତି । କୋଟା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟା ଶୀଘ୍ର ଶୁଣାଣି କରିବାକୁ ପ୍ରଧାନ ବିଚାରପତିଙ୍କୁ ଦାବି କରିଛନ୍ତି ।

ଏବେ ଏନଇଇଟି ନାମଲେଖା ଚାଲିଥିବା ବେଳେ ସୁପ୍ରିମକୋର୍ଟଙ୍କ ଏପରି ରାୟକୁ ବିଭିନ୍ନ ଆଡୁ ସ୍ୱାଗତ କରାଯାଇଛି । ଏହାବାଦ ୫ ରାଜ୍ୟରେ ନିର୍ବାଚନୀ ପ୍ରଚାର ଜମୁଥିବାବେଳେ ପାଠ ପଢାରେ ପଛୁଆ ବର୍ଗଙ୍କୁ କେନ୍ଦ୍ରର ୨୭ ପ୍ରତିଶତ ସଂରକ୍ଷଣ ନିଷ୍ପତି କୁ ସୁପ୍ରିମକୋର୍ଟ ଯଥାର୍ଥ କହିଥିବାରୁ ଏହା ଶାସକ ବିଜେପି କୁ ବେଶ ସୁହାଇଛି ।

Popular Articles