Thursday, March 28, 2024

Top 5 This Week

Related Posts

ଚତୁର୍ଥ ଦିନରେ ୧୦୧ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୦/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚତୁର୍ଥ ଦିନରେ ୧୦୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତାରିଖ ଘୋଷଣର ପ୍ରଥମ ଓ ଦ୍ୱିତୀୟ ଦିନ ରେ ନାମାଙ୍କନ ପତ୍ର ଦାଖଲ କରି ନ ଥିବା ବେଳେ ଆଜି ଚତୁର୍ଥ ଦିନରେ ୧୦୧ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ସୁଧାକର ରଇତ ସୂଚନା ଦେଇଛନ୍ତି । ଉକ୍ତ ବ୍ଲକରେ ୧୪୭ ୱାର୍ଡ ସଦସ୍ୟ, ୪୨ ସରପଞ୍ଚ, ୧୮ ସମିତି ସଭ୍ୟ ପଦପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜଣାପଡିଛି ।

ସେଥିରୁ ପଞ୍ଚାୟତ ରେ ସିଙ୍ଗାରି ୧ ସରପଞ୍ଚ ୦ ସମିତି ସଭ୍ୟାସଭ୍ୟ ୯ ୱାର୍ଡ ସଭ୍ୟାସଭ୍ୟ, ଧାମୁଣିପଙ୍ଗା ୦ ସରପଞ୍ଚ ୧ ସମିତି ସଭ୍ୟାସଭ୍ୟ ୭ ୱାର୍ଡ ସଭ୍ୟାସଭ୍ୟ,905366ba d2cb 4202 9872 ba732a6976de ଚତୁର୍ଥ ଦିନରେ ୧୦୧ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ନାରାୟଣପୁର ୧ ସରପଞ୍ଚ ୧ ସମିତି ସଭ୍ୟାସଭ୍ୟ ୮ ୱାର୍ଡ ସଭ୍ୟାସଭ୍ୟ, କରପା ୧ ସରପଞ୍ଚ ୦ ସମିତି ସଭ୍ୟାସଭ୍ୟ ୩ ୱାର୍ଡ ସଭ୍ୟାସଭ୍ୟ, ବୁଡ଼ାଗୁଡା ୦ ସରପଞ୍ଚ ୦ ସମିତି ସଭ୍ୟାସଭ୍ୟ ୩ ୱାର୍ଡ ସଭ୍ୟାସଭ୍ୟ, ସେରିଗୁମ୍ମା ୦ ସରପଞ୍ଚ ୦ ସମିତି ସଭ୍ୟାସଭ୍ୟ ୪ ୱାର୍ଡ ସଭ୍ୟାସଭ୍ୟ, ଶିକରପାଇ ୩ ସରପଞ୍ଚ ୧୨ ସମିତି ସଭ୍ୟାସଭ୍ୟ ୭ ୱାର୍ଡ ସଭ୍ୟାସଭ୍ୟ, ମାଝୀଗୁଡା ୧ ସରପଞ୍ଚ ୧ ସମିତି ସଭ୍ୟାସଭ୍ୟ ୭ ୱାର୍ଡ ସଭ୍ୟାସଭ୍ୟ, ପୂଜାରୀଗୁଡା ୧ ସରପଞ୍ଚ ୦ ସମିତି ସଭ୍ୟାସଭ୍ୟ , ୭ ୱାର୍ଡ ସଭ୍ୟାସଭ୍ୟ, ସୁନାଖଣ୍ଡି ୦ ସରପଞ୍ଚ ୦ ସମିତି ସଭ୍ୟାସଭ୍ୟ ୫ ୱାର୍ଡ ସଭ୍ୟାସଭ୍ୟ, ପଲମା ୦ ସରପଞ୍ଚ ୧ ସମିତି ସଭ୍ୟାସଭ୍ୟ ୮ ୱାର୍ଡ ସଭ୍ୟାସଭ୍ୟ ଓ କନ୍ଧ ଖାତିପାଡୁ ୮ ସରପଞ୍ଚ ୧ ସମିତି ସଭ୍ୟାସଭ୍ୟ ୦ ୱାର୍ଡ ସଭ୍ୟାସଭ୍ୟ, ନାମାଙ୍କନ ପତ୍ର ଦାଖଲ କରିଯାଇଥିବା ବେଳେ ପାର୍ଶାଲି ଓ କଲ୍ୟାଣସିଂହପୁର ଠାରେ ଦାଖଲ ହୋଇଛି ବୋଲି ଗ୍ରାମ ପଞ୍ଚାୟତ ଅଧିକାରୀ ମାନସ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles