Advertisements
Monday, July 13, 2020
Home District News ବୈପାରୀଗୁଡା ରେ ପ୍ରଥମ ମାଣ୍ଡିଆ ମଣ୍ଡି ଉଦଘାଟିତ

ବୈପାରୀଗୁଡା ରେ ପ୍ରଥମ ମାଣ୍ଡିଆ ମଣ୍ଡି ଉଦଘାଟିତ

ବୈପାରୀଗୁଡା (ଏନ. ସନ୍ତୋଷ କୁମାର): କୋରାପୁଟ ଜିଲ୍ଲାରେ ରାଜ୍ୟ ସରକାର ପକ୍ଷରୁ ମାଣ୍ଡିଆ ମଣ୍ଡି ଚଳିତ ବର୍ଷ ଠାରୁ ଆରମ୍ଭ କରିଥିବା ବେଳେ ଆଜି ବୈପାରୀଗୁଡା ଠାରେ ମଧ୍ୟ ପ୍ରଥମ ଥର ପାଇଁ ମାଣ୍ଡିଆ ମଣ୍ଡି ଆରମ୍ଭ ହୋଇଯାଇଛି |

ସୁନାବେଡା ଟିଡ଼ିସିସି ଶାଖା ପରିଚାଳକ ଗଙ୍ଗାଧର ମହାନ୍ତି ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ | ସେ ପ୍ରକାଶ କରିଥିଲେ ଯେ ଆଦିବାସୀଙ୍କ ପ୍ରଧାନ ଖାଦ୍ୟ ହେଉଛି ମାଣ୍ଡିଆ | ଏଥିରେ ଯଥେଷ୍ଟ ପୁଷ୍ଟିସାର ରହିଛି | ଚାଷୀ ଅଧିକରୁ ଅଧିକ ମାଣ୍ଡିଆ ଚାଷ କରି ଅଧିକ ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ | ସରକାର ଏଫଏକ୍ୟୁ ମନର ମାଣ୍ଡିଆକୁ କିଲୋ ପିଛା ୨୮ ଟଙ୍କା ୯୩ପଇସା ସ୍ଥିର କରିଛନ୍ତି ବୋଲି ଜଣାପଡିଛି | ବୈପାରୀଗୁଡା ଅଂଚଳରେ ମାଣ୍ଡିଆ ଚାଷୀଙ୍କୁ ଅଧିକ ଅମଳ ଏବଂ ଏଫଏକ୍ୟୁ ମନର ମାଣ୍ଡିଆ ଅମଳ କରିବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦାୟିତ୍ୱ ନେଇଥିବା ଜଣାପଡିଛି | ଚାଷୀଙ୍କୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଓ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ CYSD ଓ WASSAN ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଂଟାଭିଡ଼ିଛନ୍ତି | ଲେମ୍ପସ ନିର୍ଦ୍ଦେଶକ ନବୀନ ଚନ୍ଦ୍ର ପାତ୍ର ମାଣ୍ଡିଆ ଚାଷୀଙ୍କୁ କେଜି ବିକ୍ରୟ ନିୟମ ଓ ଚାଷୀଙ୍କ ନାମ ପଞ୍ଜିକରଣ କରୁଥିବା ଜଣାପଡିଛି | ଆଜି ମାତ୍ର ଗୋଟିଏ ଚାଷୀ ୫୦କେଜି ମାଣ୍ଡିଆ ମଣ୍ଡିକୁ ଆଣିଥିଲେ | ଆଗାମୀ ଦିନରେ ଚାଷୀ ଅଧିକରୁ ଅଧିକ ଲାଭ ଉଠାଇବା ପାଇଁ ସରକାର ପକ୍ଷରୁ ପ୍ରଚାର ପ୍ରସାର ଆବଶ୍ୟକତା ରହିଥିବାର ଜଣାପଡିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: