ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୦/୦୧) : ଆଜି ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଈଁ ବୌଦ୍ଧ ଜିଲ୍ଲା ପରିଷଦ ବିଜେଡି ପକ୍ଷରୁ ବାଜିମାତ କରିବା ପାଇଁ ରାଜନୀତି ମୈଦାନକୁ ଓଲ୍ହାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନେତୃବୃନ୍ଦ ।
ବୌଦ୍ଧ ଜିଲ୍ଲା ପରିଷଦ ଜୋନ ନଂ୧-ସୁମିତ୍ରା ସାହୁ, ଜୋନ ନଂ୨-ମମତା ପ୍ରଧାନ, ଜୋନ ନଂ୩-ଶଙ୍କର୍ଷଣ ପ୍ରଧାନ, ଜୋନ ନଂ-୪ ବୟନ୍ତୀ ପ୍ରଧାନ, ଜୋନ ନଂ୫-ଉର୍ମିଳା ଝାଙ୍କର, ଜୋନ ନଂ୬-କଳ୍ପନା ରାଣୀ ସାହୁ, ଜୋନ ନଂ୭-ବିଶ୍ୱଜିତ ମିଶ୍ର, ଜୋନ ନଂ୮-ତାରାମନୀ ପ୍ରଧାନ, ଜୋନ ନଂ୯- ପ୍ରଭାସିନୀ ଦାସ ପ୍ରମୁଖ ବିଜୁ ଜନତା ଦଳ ରୁ ଟିକେଟ ପାଇ ଆଜି ଉପ-ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତ ।
ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ପୂର୍ବତନ କଣ୍ଟାମଲ ବିଧାୟକ ଭଗବାନ କହ୍ନର, ବିଜେଡି ପର୍ଯବେକ୍ଷକ ସୌଭାଗ୍ୟ ନାୟକ, ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ, ବିଜୁ ଛାତ୍ର ଜନତା ଦଳ ଉପ-ସଭାପତି ଶ୍ରୀନିବାସ ସାହୁ ଉପସ୍ଥିତ ରହି କୋଭିଡ କଟକଣା କୁ ମାନି ଅଳ୍ପ ସଂଖ୍ୟକ ସମର୍ଥକ ଗ୍ରହଣରେ ନାମାଙ୍କନ ଦାଖଲ କରିଥିବା ଦେଖିବାକୁ ମିଳିଛି ।