ବୌଦ୍ଧ ଜିଲ୍ଲା ପରିଷଦ ସଭ୍ୟ ପାଈଁ ବିଜେଡି ପକ୍ଷରୁ ୯ଟି ଜୋନ ପାଈଁ ପ୍ରାର୍ଥି ପତ୍ର ଦାଖଲ

0
326
ବୌଦ୍ଧ ଜିଲ୍ଲା ପରିଷଦ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୦/୦୧) : ଆଜି ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଈଁ ବୌଦ୍ଧ ଜିଲ୍ଲା ପରିଷଦ ବିଜେଡି ପକ୍ଷରୁ ବାଜିମାତ କରିବା ପାଇଁ ରାଜନୀତି ମୈଦାନକୁ ଓଲ୍ହାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନେତୃବୃନ୍ଦ ।5851e19d 00eb 4646 9c8e 3b7664c31b0c ବୌଦ୍ଧ ଜିଲ୍ଲା ପରିଷଦ ସଭ୍ୟ ପାଈଁ ବିଜେଡି ପକ୍ଷରୁ ୯ଟି ଜୋନ ପାଈଁ ପ୍ରାର୍ଥି ପତ୍ର ଦାଖଲ

ବୌଦ୍ଧ ଜିଲ୍ଲା ପରିଷଦ ଜୋନ ନଂ୧-ସୁମିତ୍ରା ସାହୁ, ଜୋନ ନଂ୨-ମମତା ପ୍ରଧାନ, ଜୋନ ନଂ୩-ଶଙ୍କର୍ଷଣ ପ୍ରଧାନ, ଜୋନ ନଂ-୪ ବୟନ୍ତୀ ପ୍ରଧାନ, ଜୋନ ନଂ୫-ଉର୍ମିଳା ଝାଙ୍କର, ଜୋନ ନଂ୬-କଳ୍ପନା ରାଣୀ ସାହୁ, ଜୋନ ନଂ୭-ବିଶ୍ୱଜିତ ମିଶ୍ର, ଜୋନ ନଂ୮-ତାରାମନୀ ପ୍ରଧାନ, ଜୋନ ନଂ୯- ପ୍ରଭାସିନୀ ଦାସ ପ୍ରମୁଖ ବିଜୁ ଜନତା ଦଳ ରୁ ଟିକେଟ ପାଇ ଆଜି ଉପ-ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତ ।

ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ପୂର୍ବତନ କଣ୍ଟାମଲ ବିଧାୟକ ଭଗବାନ କହ୍ନର, ବିଜେଡି ପର୍ଯବେକ୍ଷକ ସୌଭାଗ୍ୟ ନାୟକ, ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ, ବିଜୁ ଛାତ୍ର ଜନତା ଦଳ ଉପ-ସଭାପତି ଶ୍ରୀନିବାସ ସାହୁ ଉପସ୍ଥିତ ରହି କୋଭିଡ କଟକଣା କୁ ମାନି ଅଳ୍ପ ସଂଖ୍ୟକ ସମର୍ଥକ ଗ୍ରହଣରେ ନାମାଙ୍କନ ଦାଖଲ କରିଥିବା ଦେଖିବାକୁ ମିଳିଛି ।