Friday, March 29, 2024

Top 5 This Week

Related Posts

ଆଜି ରାଜ୍ୟରେ ୨୪ ଘଣ୍ଟାରେ ୧୦, ୩୬୮ ସଂକ୍ରମିତ ଚିହ୍ନଟ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୦/୦୧) : ଆଜି ରାଜ୍ୟରେ କମିଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୩୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟର ରୁ ୬୦୧୫ ଜଣ ରହିଥିବା ବେଳେ ୪୩୫୩ ସ୍ଥାନୀୟ ସଂକ୍ରମଣ ରହିଛି ।

ଆଜି ରାଜ୍ୟରେ ୨୪ ଘଣ୍ଟାରେ ୧୦, ୩୬୮ ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୧୦୯୦ ଜଣ ଛୁଆ ଅଛନ୍ତି । ଯାହା ଚିନ୍ତା ର କାରଣ ପାଲଟିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୦୩୬ , ଅନୁଗୁଳରୁ ୧୩୬, କଟକରୁ ୯୪୦, ବାଲେଶ୍ୱରରୁ ୩୦୪, ବରଗଡରୁ ୧୫୨, ଭଦ୍ରକରୁ ୧୨୯, ବଲାଙ୍ଗୀରରୁ ୨୫୩, ବୌଦ୍ଧରୁ ୭୬, ଦେବଗଡରୁ ୭୮, ଢେଙ୍କାନାଳରୁ ୮୩, ଗଜପତିରୁ ୧୦୦, ଗଞ୍ଜାମରୁ ୮୭, ଜଗତସିଂହପୁରରୁ ୧୬୫, ଯାଜପୁରରୁ ୨୯୦, ଝାରସୁଗୁଡାରୁ ୧୫୭, କଳାହାଣ୍ଡିରୁ ୧୯୪ ।

କନ୍ଧମାଳରୁ ୮୩, କେନ୍ଦ୍ରାପଡାରୁ ୧୦୬, କେନ୍ଦୁଝରରୁ ୧୨୩, କେରାପୁଟରୁ ୨୦୨, ମାଲକାନାଗିରିରୁ ୫୮, ମୟୂରଭଞ୍ଜରୁ ୧୬୫, ନବରଙ୍ଗପୁରରୁ ୧୬୨, ନୟାଗଡରୁ ୧୪୯, ନୂଆପଡାରୁ ୧୯୬, ପୁରୀରୁ ୧୪୦, ରାୟଗଡାରୁ ୨୦୮, ସମ୍ବଲପୁରରୁ ୨୪୭, ସୋନପୁରରୁ ୧୮୦, ସୁନ୍ଦରଗଡରୁ ୧୫୦୫, ରାଜ୍ୟପୁଲ ରୁ ୬୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୭୭ ହଜାର ୪୬୨ କୁ ବୃଦ୍ଧି ପାଇଛି ।

Popular Articles