Friday, March 29, 2024

Top 5 This Week

Related Posts

ଖୋଲା ବଜାରରେ କରୋନା ଟିକା ମିଳିବା ପାଇଁ ଖୋଲିଲା ବାଟ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୦/୦୧) : ଖୋଲା ବଜାରରେ କରୋନା ଟିକା ଉପଲବ୍ଧ ହେବା ପାଇଁ ବାଟ ଫିଟିଛି । କୋଭାକ୍ସିନ୍ ଓ କୋଭାସିଲ୍ଡକୁ ଏ ନେଇ ଅନୁମତି ଦେଇଛି ଭାରତ ର ସେଂଟ୍ରାଲ ଡ୍ରଗ୍ ଅଥରିଟି ର ବିଶେଷଜ୍ଞ କମିଟି ।

ଖୋଲା ବଜାରରେ କରୋନା ଟିକା ମିଳିବା ପାଇଁ ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅଥରିଟି ଅଫ୍ ଇଣ୍ଡିଆ ଏ ନେଇ ଡିଜିସିଆଇକୁ ସୁପାରିସ୍ କରିଛି । ଏବେ କୋଭାକ୍ସିନ୍ ଓ କୋଭିସିଲ୍ଡ କେବଳ ଜରୁରୀ ବ୍ୟବହାର ପାଇଁ ଅନୁମତି ରହିଛି । ସରକାର ଏହାର ନିୟନ୍ତ୍ରଣ କରୁଛନ୍ତି । ଏହି ଷ୍ଟାଟସ୍ ବଦଳାଇବା ପାଇଁ ଡିସିଜିଆଇ କୁ ସୁପାରିସ କରିଛି ସେଂଟ୍ରାଲ ଡ୍ରଗ୍ ଅଥରିଟି । ତେବେ ବୟସ୍କଙ୍କ ପାଇଁ ଟିକା ଦେବାକୁ ଏହି ସୁପାରିସ୍ କରାଯାଇଛି ।

ଡିସିଜିିଆଇ ବା ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଏ ନେଇ ଚୁଡ଼ାନ୍ତ ଅନୁମତି ଦେଲେ ବଜାରରେ ଉପଲବ୍ଧ ହେବ କରୋନା ଟିକା । ଫଳରେ ବୟସ୍କଙ୍କୁ ବୁଷ୍ଟର ଡୋଜ ଦେବା ସହଜ ହେବ ବୋଲି କୁହାଯାଉଛି ।

Popular Articles