Advertisements
Saturday, July 4, 2020
Home District News କୋଶଳ ପ୍ରଦେଶ ଦାବିରେ ବରଗଡ଼ ବନ୍ଦ ସଫଳ

କୋଶଳ ପ୍ରଦେଶ ଦାବିରେ ବରଗଡ଼ ବନ୍ଦ ସଫଳ

ବରଗଡ଼ ଅଫିସ୍‌ (ରିଙ୍କୁ ସାହୁ): ସ୍ବତନ୍ତ୍ର କୋସଲ ପ୍ରଦେଶ ଦାବିରେ ସୋମବାର କୋଶଳ ମହାବନ୍ଦ ଆନ୍ଦୋଳନ ଚାଲିଛି।

କୋଶଳ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଦିଆଯାଇଥିବା ଏହି ଡାକରାକୁ ବରଗଡ଼ ଜିଲାରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ଜିଲାରଏଥିରେ ସାମିଲ ହେବା ପାଇଁ ଘୋଷଣା କରି ସାରିଛନ୍ତି। ଜିଲାର ଗାଁଠୁ ସହର ପର୍ଯ୍ୟନ୍ତ ସବୁଆଡ଼େ ବନ୍ଦର ପ୍ରଭାବ ଅନୂଭୁତ ହୋଇଛି। ଜିଲା ଓକିଲ ସଂଘଠାରୁ ଆରମ୍ଭ କରି ବଣିକ ସଂଘ, ଚେତନା, ବରଗଡ଼ ସାମ୍ବାଦିକ ସଂଘ, ବସ୍‌ ମାଲିକ ସଂଘ, ଅଟୋ ମାଲିକ ସଂଘ, ବଦାନ୍ୟ ବନ୍ଧୁ, ଗୋପବନ୍ଧୁ ହସ୍ତପାଦ ଭିନ୍ନକ୍ଷମ ସଂଘ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନ, ଛାତ୍ର ଓ ଯୁବ ସଂଗଠନ କୋଶଳ ମହାବନ୍ଦକୁ ସମର୍ଥନ କରିଛନ୍ତି। ମହାବନ୍ଦ ଯୋଗୁ ସକାଳ ୬ଟାରୁ ଦୋକାନ ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି। ଫଳରେ ସହର ସମେତ ରାସ୍ତାଘାଟ ଶୂନଶାନ ହୋଇପଡ଼ିଛି। ସରକାରୀ, ବେସରକାରୀ ଦପ୍ତର ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ। ଲଗାଣ ଝିପିଝିପି ବର୍ଷା ସତ୍ତ୍ବେ କୋସଲ ରାଜ୍ୟ ସମନ୍ବୟ ସମିତିର କର୍ମକର୍ତ୍ତା, ସଭ୍ୟବୃନ୍ଦ ପିକେଟିଂ କରୁଥିବାବେଳେ ସରକାରୀ, ବେସରକାରୀ ଦପ୍ତରଗୁଡ଼ିକ ମଧ୍ୟ ଖୋଲି ନାହିଁ। ତେବେ ଏହି ମହାବନ୍ଦରୁ ଜରୁରୀକାଳୀନ ସେବା ସମେତ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଦୃଷ୍ଟିରୁ ରେଳସେବାକୁ ବାଦ୍‌ ଦିଆଯାଇଛି ବୋଲି କୋଶଳ ରାଜ୍ୟ ସମନ୍ବୟ ସମିତିର କେନ୍ଦ୍ରୀୟ ସମ୍ପାଦକ ସୁନିଳ ପୁରୋହିତ କହିଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

Recent Comments

%d bloggers like this: