ଦେଶରେ ନିଆଁ ଭଳି ବ୍ୟାପୁଛି ସଂକ୍ରମଣ : ୨୪ ଘଣ୍ଟାରେ ୩,୧୭,୫୩୨ ଆକ୍ରାନ୍ତ ଚିହ୍ନଟ, ୪୧୯ ମୃତ

0
141
ଦେଶରେ ନିଆଁ ଭଳି

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୦/୦୧) : ବେଶ୍‌ କିଛି ଦିନ ଧରି ଦେଶରେ ନିଆଁ ଭଳି ବ୍ୟାପୁଛି କରୋନା ଭାଇରସ୍‌ ଜନିତ ମହାମାରୀ । ଦୀର୍ଘ ୮ ମାସ ପରେ ଆଜି ସଂକ୍ରମଣ ସଂଖ୍ୟା ୩ ଲକ୍ଷ ଟପିଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଦେଶରେ ନିଆଁ ଭଳି ବ୍ୟାପୁଛି ସଂକ୍ରମଣ । ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୧୭,୫୩୨ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୪୯୧ ମୃତ୍ୟୁ ରେକର୍ଡ କରାଯାଇଛି । ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୩୪,୫୬୨ ଅଧିକ ରହିଛି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୮୨,୧୮,୭୭୩ ରେ ପହଞ୍ଚିଛି ।ଗତ ୨୪ ଘଣ୍ଟାରେ ହୋଇଥିବା ୪୯୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୪,୮୭,୬୯୩ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୨,୨୩,୯୯୦ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୫୮,୦୭,୦୨୯ । ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୯,୨୪,୦୫୧ ।

ସେହିପରି, ଦେଶରେ ସମୁଦାୟ ‘ଓମିକ୍ରନ୍‌’ ସଂକ୍ରମଣ ସଂଖ୍ୟା ମଧ୍ୟ ୯,୨୮୭ ରେ ପହଞ୍ଚିଛି । ଗତକାଲି ଠାରୁ ଓମିକ୍ରନ୍‌ ସଂକ୍ରମଣ ୩.୬୩% ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୫୯,୬୭,୫୫,୮୭୯ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୭୦,୯୩,୫୬,୮୩୦ ଟି ନମୁନା ପରୀକ୍ଷା କରାଯାଇଛି । ଗତକାଲି ପରୀକ୍ଷା କରାଯାଇଛି ୧୯,୩୫,୧୮୦ ଟି ନମୁନା । ଦୈନିକ ପଜିଟିଭିଟି ହାର ରହିଛି ୧୬.୪୧% ।