Related Contents

ରାୟଗଡା ରେ ଚଇତି କ୍ରୀଡା ମହୋତ୍ସବ ଅନୁଷ୍ଠିତ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ୨୦୧୮ର ଚଇତି ମୋହତ୍ସବ ଆସନ୍ତା ୨୬ରେ ଆରମ୍ଭ ହେବାକୁ ଥିବା ବେଳେ ଚଇତି କ୍ରୀଡା ମୋହତ୍ସବ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି |

ଏହି କ୍ରୀଡା ମୋହତ୍ସବକୁ ବର୍ଷା ବାଧକ ସାଜିଥିବାବେଳେ ଦୁଇଟି କ୍ରୀଡା ଯଥା ବାସ୍କେଟବଲ ଓ ବିବାହିତା ମହିଳାଙ୍କ ନିମନ୍ତ୍ରଣ କବାଡି ପ୍ରତିଯୋଗିତା ଆରମ୍ଭ ହୋଇଛି | ବାସ୍କେଟବଲ ପ୍ରତିଯୋଗିତାକୁ ଜ଼ିଲ୍ଲାପାଳ ଶ୍ରୀମତୀ ଗୂହା ପୂନମ ତାପସ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ତାହା ସହିତ ନିଜ ମନ୍ତବ୍ୟରେ ଜ଼ିଲ୍ଲାପାଳ କହିଥିଲେ ଯେ ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ ନିମନ୍ତେ ପ୍ରଥମ ଥର ପାଇଁ ଏହାର ଆୟୋଜନ କରାଯାଇଛି | ଚଇତି ମାଧ୍ୟମରେ ସଂସ୍କୃତିର ବିକାଶ ସହ କ୍ରୀଡାର ବିକାଶ କରିବା ମୁଳ ଲକ୍ଷ୍ୟ ବୋଲି ପ୍ରକଳ୍ପ ପ୍ରସାଶକ ଆଇ ଟି ଡ଼ି ଏ ରାୟଗଡା ଟୁକୁ ବାରିକ ମତବ୍ୟକ୍ତ କରିଥିଲେ | ପ୍ରଥମ ଥର ପାଇଁ ବାଁସ୍କେଟବଲ କ୍ରୀଡା ଉତ୍ସବ ଆରମ୍ଭ ହୋଇଥିଲା | ଏଥିରେ ଜ଼ିଲ୍ଲାରୁ ୬ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ | ସେଥିମଧ୍ୟରୁ ବିଷମକଟକ ଓ ରାୟଗଡା ସହର ଫାଇନାଲକୁ ଯାଇଥିଲେ | ସେହିପରି ବାସ୍କେଟବଲ ସହିତ ମହିଳା ମହାବିଦ୍ୟାଳୟ ପରିଷର ମଧ୍ୟରେ ବିବାହିତା ମହିଳାଙ୍କ ନିମନ୍ତେ କବାଡି ପ୍ରତିଯୋଗିତା କରାଯାଇଥିଲା | ଏଥିରେ ୧୦ ଗୋଟି ଟିମର ଲିଗ ମ୍ୟାଚର ଆୟୋଜନ ହୋଇଥିଲା | କିନ୍ତୁ ବର୍ଷା ବାଧକ ସାଜିଥିଲା, ତେଣୁ ଫାଇନାଲ ମ୍ୟାଚ ବାତିଲ କରି ଆସନ୍ତା ୨୨ତାରିଖକୁ ରଖାଯାଇଛି | ଫାଇନାଲକୁ ସେଭନ ଷ୍ଟାର ଟିମ ଓ ମହିଳା ମହାବିଦ୍ୟାଳୟର ଦବଂଗ ଟିମ ଫାଇନାଲକୁ ଉନ୍ନତି ହୋଇଛନ୍ତି | ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଏସ ପି ରାହୁଲ ପି ଆର, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଆଦିପତି କହଁର, ମହିଳା ମହାବିଦ୍ୟାଳୟ ଅଧକ୍ଷା ସୁଷମା ଦାସ, ଜ଼ିଲ୍ଲା କ୍ରୀଡା ସମ୍ପାଦକ ମନୋଜ କୁମାର ଗନ୍ତାୟତ, ଶିବପ୍ରସାଦ ମିଶ୍ର ,ଜ଼ିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଳିନୁର ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଏହି ସମସ୍ତ କାର୍ଯ୍ୟର ସଂଯୋଜନା ଜ଼ିଲ୍ଲା ସଂସ୍କୃତି ସଂଯୋଜକ ଡାକ୍ତର ଦୁଷ୍ମନ୍ତ ମହାନ୍ତି କରିଥିଲେ |

Comments are closed.