ତୃତୀୟ ଦିବସରେ ୧୨୦ ଟି ନାମାଙ୍କନ ପତ୍ର ଦାଖଲ

0
154
ତୃତୀୟ ଦିବସରେ

ରିପୋର୍ଟ : ଗୋପୀନାଥ ଗୌଡ଼
ବୈପାରିଗୁଡା, (୨୦/୦୧) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ତଥା ୧୯/୧/୨୨ ତାରିଖ ତୃତୀୟ ଦିବସରେ (ବୁଧବାର ଦିନ) ବୈପାରିଗୁଡା ବ୍ଲକରେ ମୋଟ ୧୨୦ ଜଣ ବିଭିନ୍ନ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ଜଣାପଡ଼ିଛି ।

ସେଥି ମଧ୍ୟରୁ ୱାର୍ଡ ମେମ୍ବର ପଦବୀ ପାଇଁ ୮୬ ଜଣ, ସରପଞ୍ଚ ପାଇଁ ୨୪ ଜଣ ଏବଂ ସମିତି ସଭ୍ୟ ପଦ ପାଇଁ ୨୦ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତୃତୀୟ ଦିବସରେ ସରପଞ୍ଚ ପଦବୀ ପାଇଁ ଚେରକା, ଦୋରଗୁଡ଼ା, ଗୁପ୍ତେଶ୍ୱର, ପୂଜାରୀଗୁଡା, ବୋଦାପୁଟ, ଚାନ୍ଦପୋଡା, କାଠପୋଡା, କୋଲାର ଏବଂ କେନ୍ଦୁଗୁଡା ରୁ ଜଣେ ଲେଖାଏଁ ଏବଂ ବାଲିଗାଁ, ମାଠପୋଡା, ମାଝୀଗୁଡା ରୁ ୨ ଜଣ ଲେଖାଏଁ, ମହୁଲି, ଦଣ୍ଡାବାଡି, ରାମଗିରି ରୁ ୩ ଜଣ ଲେଖାଏଁ ସରପଞ୍ଚ ପାଇଁ ପ୍ରାର୍ଥୀ ପାତ୍ର ଦାଖଲ କରିଛନ୍ତି l

ସେହିପରି ସମିତି ସଭ୍ୟ ପାଇଁ ବାଲିଗାଁ, ଚେରେକା, ରାମଗିରି, ବୋଦାପୁଟ, ଚନ୍ଦ୍ରପୋଡା, ଦଶମନ୍ତପୁର, ମାଝୀଗୁଡା ପଞ୍ଚାୟତ ରୁ ଜଣେ ଲେଖାଏଁ, ବୈପାରୀଗୁଡା, ଦୋରଗୁଡ଼ା, ମାଠପୋଡା, କାଠପୋଡା, କୋଲାର ରୁ ୨ ଜଣ ଲେଖାଏଁ ଏବଂ ମହୁଲିରୁ ୩ ଜଣ ପ୍ରାର୍ଥୀ ସମିତି ପାଇଁ ଆବେଦନ କରିଛନ୍ତି l