ଆଦିମ ଜନଜାତି ମାନଙ୍କୁ ଟୀକାକରଣ ନିମନ୍ତେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

0
142
ଆଦିମ ଜନଜାତି

“ଆସନ୍ତା ୫ଦିନ ଭିତରେ ୧୦୦%ଟୀକାକରଣ କରାଯିବ” l

ରାୟଗଡା, ତା.(୧୯/୦୧) : ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସୌରାଙ୍କୁ ଶହେ ଶତକଡ଼ା ଟୀକାକରଣ ନିମନ୍ତେ ଆଜି ଏକ ସ୍ୱତନ୍ତ୍ର ବୈଠକ ଭରଚୁଆଲ ମାଧ୍ୟମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା l

ବୈଠକରେ ମୁଖ୍ୟତଃ ଜିଲ୍ଲାର କଲ୍ୟାଣସିଂପୁର, ବିଷମ କଟକ, ମୁନିଗୁଡା ଏବଂ ଗୁଣପୁର ବ୍ଲକରେ ବସବାସ କରୁଥିବା ଆଦିମ ଜନଜାତି ଆସନ୍ତା ୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଟୀକାକରଣ କରାଯିବ l ଏହି ଅଞ୍ଚଳରେ ବସବାସ କରୁଥିବା ଅଣଆଦିମ ଜନଜାତିଙ୍କୁ ଆସନ୍ତା ଜାନୁଆରୀ ୩୧ସୁଦ୍ଧା ଟୀକାକରଣ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l

ଦ୍ଵିତୀୟ ଡୋଜ଼ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ତୁରନ୍ତ ଟୀକାକରଣ କରିବାକୁ ଜିଲ୍ଳାପାଳ କହିଛନ୍ତି l ପ୍ରଥମ ଡୋଜ ସମସ୍ତଙ୍କୁ ଦିଆଯିବା ସହ ୧୫-୧୮ବର୍ଷ ର ପିଲାମାନଙ୍କୁ ମଧ୍ୟ ଦିଆଯିବ l ଏଥିପାଇଁ ସଂପୃକ୍ତ ବ୍ଲକ ବିଡ଼ିଓ, ମେଡିକାଲ ଅଫିସର ମାନେ ବୈଠକ କରି ପଦକ୍ଷେପ ନେବାକୁ ଜିଲ୍ଳାପାଳ କହିଛନ୍ତି l

ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ପିଏ ଆଇଟିଡିଏ, ରାୟଗଡ, ଗୁଣପୁର, ଡ଼ିପିଏମ ଏବଂ ସଂପୃକ୍ତ ବ୍ଲକ ର ବିଡ଼ିଓ ମାନେ ଓ ସ୍ୱତନ୍ତ୍ର ଅଧିକାରୀ ମାନେ ଉପସ୍ଥିତ ଥିଲେ l