Related Contents

ବୈପାରୀଗୁଡା ବ୍ଲକରେ ପ୍ରଥମ ଦିନରେ ତିନୋଟି ପିଠା କାର୍ଯ୍ୟକ୍ରମ ଆରମ୍ଭ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାବାସୀଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବା ସହିତ ସେମାନଙ୍କ ହକ ସେମାନଙ୍କ ନିକଟରେ ସିଧାସଳଖ ପହଂଚାଇବା ପାଇଁ ପ୍ରୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ଏହି ପିଠା ଯୋଜନା ମାଧ୍ୟମରେ |

ସାରା ରାଜ୍ୟରେ ଆଜି ଠାରୁ ପିଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ରେ ମଧ୍ୟ ପିଠା କାର୍ଯ୍ୟକ୍ରମକୁ ପାଳନ କରାଯାଇଛି | ଉକ୍ତ ବ୍ଲକ ର କାଠପୋଡା, ତେନ୍ତୁଳୀଗୁମ୍ମା, ଓ ବୈପାରୀଗୁଡା ପଂଚାୟତରେ ପିଠା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି | ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ପିଠା କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଡ଼ିଓ ସୁବାସ ସିଂ ଉଦଘାଟନ କରିଥିବା ବେଳେ ଜୟପୁର ପିଆଇଟିଡିଏ ଗୋପୀନାଥ ସରକା ଯୋଗ ଦେଇଥିଲେ | ସମ୍ମାନୀୟ ଅତିଥି ଭାବେ ପଂଚାୟତ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ଯୋଗ ଦେଇଥିଲେ | ଏଥିରେ ବୈପାରୀଗୁଡା ପଂଚାୟତର ମୋଟ ୧୯ଜଣଙ୍କୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା ଏବଂ ଅତିଥିଙ୍କ ଦ୍ୱାରା ଏହି ନୂତନ ହିତାଧିକାରୀଙ୍କୁ ପେନସନ ବଣ୍ଟାଗଲା |

ବିଦ୍ୟୁତ ବିଭାଗ, ମିଶନ ଶକ୍ତି, ପଞ୍ଚାୟତିରାଜ, ଓ ପାନୀୟଜଳ ଯୋଗାଣ, ମଧୁବାବୁ ପେନସନ ଯୋଜନା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ମୁଖ୍ୟମନ୍ତ୍ରୀ କଳାକାର ଯୋଜନା ପରି ବିଭିନ୍ନ ବିଭାଗର ସ୍ଥଳରେ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ନାମ ପଞ୍ଜିକରଣ କରୁଥିବା ବେଳେ ନିର୍ମାଣ ଶ୍ରମିକ ସ୍ଥଳରେ କୌଣସି କର୍ମଚାରୀ ନ ଥିବା ଯୋଗୁଁ ନମପାଞ୍ଜିକାରଣ କରାଯାଇପାରିଲା ନାହିଁ | ଏହି ପିଠା ଯୋଜନା କୁ ୱାର୍ଡମେମ୍ବର (୩) ବିରୋଧ କରିଥିବା ବେଳେ ବୈପାରୀଗୁଡା ସରପଞ୍ଚ ଭାଗିରଥି ମୁରଜିଆ ପରିଚାଳନା କରିଥିଲେ |

Comments are closed.