Monday, October 26, 2020
Home headline ଧାନ ବୋଝେଇ ଟ୍ରକ ସହ କାର ମୁହାଁ ମୁହିଁ ଧକ୍କା, ଅଳ୍ପକେ ବଞ୍ଚିଲେ ଗୋଟିଏ ପରିବାର

ଧାନ ବୋଝେଇ ଟ୍ରକ ସହ କାର ମୁହାଁ ମୁହିଁ ଧକ୍କା, ଅଳ୍ପକେ ବଞ୍ଚିଲେ ଗୋଟିଏ ପରିବାର

କେସିଙ୍ଗା(ଚିତ୍ତରଞ୍ଜନ ବାଗ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଚାଞ୍ଚେର ନିକଟରେ ରାତ୍ର ପ୍ରାୟ ୧୦ଟା ସମୟରେ ଭବାନୀପାଟଣା ପୋଲିସ ଇନ୍ସପେକ୍ଟର ପ୍ରଣବ ପ୍ରଧାନ ନିଜ ସ୍ତ୍ରୀ ଓ କୁନି ଝିଅ ସହ କେସିଙ୍ଗା ପଟୁ ଭବାନୀପାଟଣା ଯାଉଥିବା ସମୟରେ ସାମ୍ନା ପଟୁ ଏକ ଧାନ ବୋଝେଇ ଟ୍ରକ (OR08G9299) ଧକ୍କା ଦେଇଥିଲା ।

ଏହାର ଅଳ୍ପସମୟ ମଧ୍ୟରେ ତାମିଲନାଡୁର ଅନ୍ୟ ଏକ ଟ୍ରକ (TN52L6116) ଭବାନୀପାଟଣା ପଟୁ ଆସି ଧାନ ବୋଝେଇ ଟ୍ରକକୁ ଧକ୍କା ଦେଇଥିବା ଜଣା ପଡ଼ିଛି । ଘଟଣା ବିଷୟରେ ଜାଣିବା ପରେ ଉତ୍କେଲା ଫାଣ୍ଡି ଅଧିକାରୀ ଶ୍ରୀ ସସିଭୁସନ ମଙ୍ଗରାଜ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଟ୍ରକ ଓ କାର ଜବତ କରି ଆହତ ପରିବାରକୁ ଆମ୍ବୁଲାନ୍ସ ମାଧ୍ୟମରେ କେସିଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ । ଶ୍ରୀ ମଙ୍ଗରାଜ ପ୍ରକାଶ କରିଛନ୍ତି ଯେ ଉଭୟ ଟ୍ରକ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଥିବା ସମୟରେ ଏ ପର୍ଯନ୍ତ ଟ୍ରକ କିମ୍ବା ଧାନ ବିଷୟରେ କୋଣସି ତଥ୍ୟ ଜଣା ପଡ଼ିନାହିଁ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

1 COMMENT

  1. Again in the morning news, we read, one truck over loaded with goods was dashed by another over loaded truck which dashed one car creating accident badly who luckily escaped from getting injured. What a tragic scenario these truck drivers create on the roads, every day one accident, if someone goes for a long drive, he should be thankful to god whether reached safely on the goal or returned back to his home

Comments are closed.

Most Popular

ହୃଦରୋଗରେ ପୀଡିତ ଗୁରୁତର ପିଲାର ଆକୁଳ ନିବେଦନ- ମୋତେ ବଞ୍ଚେଇ ଦିଅ, ବାପାଙ୍କ ଆଖି ନଷ୍ଟ, ମା ଓ ସାନ ପୁଅ ମାନସିକ ବିକାରଗ୍ରସ୍ତ

ରିପୋର୍ଟ: ରାକେଶ ମହାରଣା // କୋଦଳା (୨୬/୧୦): "ଏ ମା, ମୋ ଗୋଡକୁ ଦବା ଭାରି କଷ୍ଟ ହେଉଛି" | ଏହି ବିକଳ ସ୍ୱର ହେଉଛି ଘର ଭିତରେ ଶଯ୍ୟାଶାୟୀ ୧୨ବର୍ଷର କୋମଳ ପିଲା...

ଗୁରୁକୁଳ ଅନଲାଇନ ଶିକ୍ଷା ପଦ୍ଧତିର ଭାରତ କାର୍ଯ୍ୟାଳୟର ଉଦଘାଟନ

ରିପୋର୍ଟ: ସତ୍ୟଜିତ ବାରିକ ଭୁବନେଶ୍ୱର ତା ୨୪.୧୦): ଆସନ୍ତା ରବିବାର ୨୫ ତାରିଖ ଦିନ ୧୧ଟା ବେଳେ ଏଠାକାର ଏନ - ୧/ ୧୧୫, ଆଇ. ଆର.ସି ଭିଲେଜ ନୟାପଲ୍ଲୀ ଠାରେ ଏସାର ସିଷ୍ଟମୄସ...

କେବଳ ବିଦ୍ଧି ରକ୍ଷା ପାଇଁ ଚାଲିଛି ମା’ଙ୍କ ପୂଜା, ନା ଅଛନ୍ତି ଭକ୍ତ,ନା ଅଛି ସାଜସଜ୍ଜା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୨୪/୧୦): କରୋନା ଛଡାଇ ନେଇଛି ଖୁସି।ଏ ବର୍ଷ ପାର୍ବଣ ଋତୁରେ ପିଲା ଠାରୁ ବୁଢା କିଏ ବି ପାର୍ବଣର ମଜା ଜାଣିପାରିଲେ ନାହିଁ। କୋଭିଡ-୧୯ କଟକଣା ନିୟମ...

ଯୁବତୀଙ୍କ ଅସ୍ମିଳ ଭିଡ଼ିଓ ଭାଇରଲ କରି ଯୁବକ ଗିରଫ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୪-୧୦): ବଲାଙ୍ଗୀର ଜିଲ୍ଲା ଲାଠୋର ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି ।...

Recent Comments

%d bloggers like this: