Advertisements
Thursday, July 9, 2020
Home Government News ଆଦିବାସୀ ନେତା ସ୍ୱର୍ଗତ ଭାଗିରଥି ମାଣ୍ଡାଙ୍ଗିଙ୍କ ହତ୍ୟାକାରୀକୁ ଗିରଫ ଦାବିରେ ସାମ୍ବାଦିକ ସମ୍ମିଳନୀ

ଆଦିବାସୀ ନେତା ସ୍ୱର୍ଗତ ଭାଗିରଥି ମାଣ୍ଡାଙ୍ଗିଙ୍କ ହତ୍ୟାକାରୀକୁ ଗିରଫ ଦାବିରେ ସାମ୍ବାଦିକ ସମ୍ମିଳନୀ

ରାୟଗଡା (ଗୋପୀନାଥ ଗୌଡ଼):  ପୁର୍ବତନ ୱାର୍ଡ ମେମ୍ବର ତଥା ଆଦିବାସୀ ନେତା ସ୍ୱର୍ଗତ ଭାଗିରଥି ମାଣ୍ଡାଙ୍ଗିଙ୍କ ଅଷ୍ଟତମ ଶ୍ରାଦ୍ଧ ବାର୍ଷିକୀରେ ଜିଲ୍ଲା ଆଦିବାସୀ ମହା ସଂଘ ରାୟଗଡାରେ ହୋଟେଲ ତେଜସ୍ୱି ର ସମ୍ବିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼କା ଯାଇଥିଲା |

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ମହାସଂଘର ସଭାପତି ଆପ୍ପାଲ୍ଲା ସ୍ୱାମୀ କାଡ୍ରାକା କହିଥିଲେ ଯେ, ତା ୧୫-୧୨-୨୦୧୦ ରିଖ ଦିନ ସ୍ୱର୍ଗତ ଭାଗିରଥି ମାଣ୍ଡାଙ୍ଗୀ ଙ୍କୁ ଅପହରଣ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଯାହା କି ଆଜକୁ ଆଠ(୮)ବର୍ଷ ବିତିଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ଓ ପୋଲିସ ବିଭାଗ ଓ କ୍ରାଇମବ୍ରାଞ୍ଚ ପ୍ରକୃତ ହତ୍ୟାକାରୀ କୁ ଜାଣିଥିଲେ ମଧ୍ୟ ଆଜି ପର୍ୟନ୍ତ କାହିଁକି ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ ଏବଂ ଯେଉଁମାନେ ହତ୍ୟା କରିଛନ୍ତି, ସେମାନେ ଉଚ୍ଚ ପଦବୀରେ ରହିଥିବା ସେ ଅଭିଯୋଗ କରିଛନ୍ତି । ସେ କହିଥିଲେ ଯେ ଯେଉଁମାନେ ଷଡ଼ଯନ୍ତ୍ର କରି ହତ୍ୟା କରିଥିଲେ ଆଜି ସେମାନେ ଜିଲ୍ଲା ପ୍ରଶାସନର ହାତ ମୁଠାରେ ଅଛନ୍ତି । ତା ହେଲେ ଆମେ ନ୍ୟାୟ ପାଇବୁ କିପରି? ତେଣୁ ରାଜ୍ୟ ସରକାର ଉକ୍ତ ମାମଲାକୁ ସିବିଆଇ କୁ ହସ୍ତାନ୍ତର କରି ପ୍ରକୃତ ହତ୍ୟାକାରୀକୁ ଗିରଫ କରିବାକୁ ନିବେଦନ କରିଥିଲେ । ନ ହେଲେ ଆଗାମୀ ଦିନରେ ଆଦିବାସୀ ମହାସଂଘ ନ୍ୟାୟ ପାଇବା ପାଇଁ ଲଢେଇ ଜାରି ରଖିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଜଗନ୍ନାଥ ମାଣ୍ଡାଙ୍ଗି ସାଧାରଣ ସମ୍ପାଦକ ଜିଲ୍ଲା ଆଦିବାସୀ ମହାସଙ୍ଘ ଓ ବସନ୍ତ ଉଲ୍ଲାକା ଆବାହକ ଜିଲ୍ଲା ଆଦିବାସୀ ମହାସଙ୍ଘ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା...

ଜାମ୍ମୁ କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ସୂଚନା

ଶ୍ରୀନଗର (ଓଡିଶା ନ୍ୟୁଜ୨୪ ବ୍ୟୁରୋ): ବୁଧବାର ରାତିରେ ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ ଏବଂ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ପରିବାରର...

କାନପୁର ଗୁଳି କାଣ୍ଡ ର ମାଷ୍ଟର ମାଇଣ୍ଡ ବିକାଶ ଦୁବେ ଗିରଫ

ନୂଆଦିଲ୍ଲୀ (୦୯/୦୭): ଗତ ସପ୍ତାହରେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କାନପୁର ଗୁଳିରେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ମଧ୍ୟପ୍ରଦେଶରେ ଗିରଫ କରାଯାଇଛି।

ଆଜି କରୋନାରେ ମୃତ୍ୟୁ ସଂଖ୍ୟା ୪ ସହ ୫୨କୁ ବୃଦ୍ଧି

ଭୁବନେଶ୍ୱର (୦୯/୦୭): ରାଜ୍ୟରେ କୋରୋନା ନେଲା ଆଉ ୪ ଜୀବନ, ଭଦ୍ରକରେ କୋରୋନାରେ ପ୍ରଥମ ମୃତ୍ୟୁ, ଗଞ୍ଜାମରେ କୋରୋନାରେ ୩ ଜଣଙ୍କ ମୃତ୍ୟୁ, ଗଞ୍ଜାମରେ କୋରୋନା ମୃତ୍ୟୁ ସଂଖ୍ୟା...

Recent Comments

%d bloggers like this: