Related Contents

ଘଣ୍ଟ ବାହାଲରେ କୁରାଲ ପୂଜା ଅନୁଷ୍ଠିତ

ମୁରିବାହାଲ(ଭଗବାନ ମହାନ୍ତି/ନିମାଇଁ ବଘାର): ମୁରିବାହାଲ ବ୍ଲକ ଘଣ୍ଟ ବାହାଲ ଗ୍ରାମ ରଣାପଡା ଠାରେ କୁମ୍ଭକାର ସମାଜ ତରଫରୁ କୁରାଲ ପୁରାଣ ତଥା ରୁଦ୍ରପାଳ ପୂଜା ଅନୁଷ୍ଠିତ ହୋଇଯାଇଛି |

ଗତ ମଙ୍ଗଳବାର ଅପରାହ୍ନରେ କଳସ ଯାତ୍ରା ସନ୍ଧ୍ୟା ରେ ଅଧିବାସ ଅନୁଷ୍ଠିତ ହୋଇଥିଲା | ଗତ ୧୨ ତାରିଖ ସକାଳେ ପତାକା ଉତ୍ତୋଳନ ଓ ପୂଜା ଆରମ୍ଭ ହୋଇଯାଇଛି | କାର୍ଯ୍ୟକ୍ରମରେ ଦଣ୍ଡ ନୃତ୍ୟ ଓ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ପୂଜା ଉପଲକ୍ଷେ ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷ ହଂସରାଜ ଜୈନ ଉପସ୍ଥିତ ରହି ପୂଜାର୍ଚ୍ଚନା କରି କୁରାଲ ସମାଜ ବୃନ୍ଦଙ୍କୁ ଉତ୍ସାହିତ କରିଥିଲେ | କର୍ତ୍ତା ରୂପେ ଉପେନ୍ଦ୍ର ରଣା ଓ ପତ୍ନୀ ସରୋଜିନୀ ରଣା, ପୂଜକ ରୂପେ ମାରୁତି ପ୍ରସାଦ ଦାସ, ଆୟୋଜକ କମିଟିର ଉଦୟଚନ୍ଦ୍ର ରଣା, ଜୟଦେବ ରଣା, ଅର୍ଜୁନ ରଣା, ନରେଶ ରଣା, ବଂଶୀ ଧର ରଣା, ଆଦିକନ୍ଦ ରଣା, କୈବଲ୍ୟ ରଣା, ମିଥୁନ ରଣା, ଜିତେନ୍ ରଣା, ଡମ୍ୱରୁ ରଣା ଓ କୃଷ୍ଣ ଚନ୍ଦ୍ର ରଣା ପ୍ରମୁଖ ଗ୍ରାମବାସୀ ସହଯୋଗ କରିଥିଲେ | କାର୍ଯ୍ୟକ୍ରମରେ ଦଣ୍ଡ ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଗତ ୧୪ତାରିଖ ଶୁକ୍ରବାର ଦିନ ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ କରାଯାଇଥିଲା | କାର୍ଯ୍ୟକ୍ରମରେ କୁରାଲ ସମାଜ ବୃନ୍ଦ ଓ ଗ୍ରାମବାସୀ ସହଯୋଗ କରିଥିଲେ |

Comments are closed.