ଅବିଭକ୍ତ କୋରାପୁଟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ୧୮ ତାରିଖରେ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ.ସତୀଶ) : ନବରଙ୍ଗପୁର ଜିଲ୍ଲା ଆଇନ ଜୀବୀ ସଙ୍ଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅବିଭକ୍ତ କୋରାପୁଟ ଜିଲ୍ଲା ରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆସନ୍ତା ୧୮ ତାରିଖରେ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।

ଏହି ସମ୍ମିଳନୀରେ ଜିଲ୍ଲା ଆଇନଜୀବୀ ସଙ୍ଘ ର ସଭାପତି ନରସିଂହ ତ୍ରିପାଠୀ , ସମ୍ପାଦକ ରାମ ପ୍ରସାଦ ପାତ୍ର , ଉପସଭାପତି ହରି ନାରାୟଣ ବେହେରା ,କୋର କମିଟି ସଭ୍ୟ ଏନ ଅହମ୍ମଦ , ସହସମ୍ପାଦକ ଦାମୋଧର ତ୍ରିପାଠୀ , କୋଷାଧ୍ୟକ୍ଷ ସୀମାଞ୍ଚଳ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ହୋଇଥିବାରୁ ଗରିବ ଜନସାଧାରଣ ନ୍ୟାୟ ପାଇବାପାଇଁ ସୁଦୂର କଟକ ହାଇକୋର୍ଟ ଦ୍ୱାରସ୍ଥ ହୋଇପାରୁନାହାନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ୨୦୧୩ ମସିହାରୁ କୋର କମିଟି ଦ୍ୱାରା ଆନ୍ଦୋଳନ ଜାରି ରହିଛି ଏହା ପ୍ରତି ମାସ ଶେଷରେ ଦୁଇ ଦିନ କାର୍ଯ୍ୟ ଦିବସରେ କୋର୍ଟ କାମ ବନ୍ଦ କରାଯାଉଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନ୍ତର୍ଗତ ନବରଙ୍ଗପୁର , ମାଲକାନଗିରି , ଓ ରାୟଗଡା ଜିଲ୍ଲାରୁ କଟକ ହାଇକୋର୍ଟ ୬୦୦ କି:ମି ଦୂରରେ ଅବସ୍ଥିତ ଥିବାରୁ ସ୍ଥାନୀୟ ଲୋକମାନେ ନ୍ୟାୟ ପାଇବା ରେ ବଞ୍ଚିତ ହେଉଛନ୍ତି । ତେଣୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଲେ ଜନସାଧରଣ ସମସ୍ତେ ନ୍ୟାୟ ପାଇପାରିବେ ବୋଲି ସଙ୍ଘ ସଭାପତି ନରସିଂହ ତ୍ରିପାଠୀ କହିଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଆଇନଜୀବୀ ମାନେ ୧୫ ରୁ ୧୭ ତାରିଖ ପର୍ଯନ୍ତ କୋର୍ଟରେ ସିକ ୱାର୍କ କରିବେ ଏବଂ ଆସନ୍ତା ୧୮ ତାରିଖରେ ନବରଙ୍ଗପୁର ଜିଲ୍ଲା ବନ୍ଦ ରହିବ ବୋଲି ସମ୍ପାଦକ ରାମ ପ୍ରସାଦ ପାତ୍ର ସୂଚନା ଦେଇଥିଲେ। ଏହି ବନ୍ଦ ଅବସରରେ ଜିଲ୍ଲାରେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ , ସ୍କୂଲ କଲେଜ , ବ୍ୟାଙ୍କ , ଗାଡିଚାଳଚଳ ଓ ଦୋକାନ ବଜାର ସମ୍ପୂର୍ଣ ବନ୍ଦ ରହିବ । ଏହି ବନ୍ଦ ଡାକରା କୁ ସମସ୍ତ ରାଜନୈତିକ ଦଳ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଜନସାଧାରଣଙ୍କୁ ସାମିଲ ହେବାକୁ ସଙ୍ଘ ପକ୍ଷରୁ ଅନୁରୋଧ କରାଯାଇଛି।

One response to “ଅବିଭକ୍ତ କୋରାପୁଟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ୧୮ ତାରିଖରେ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା”

  1. Tripati Balaji sahu says:

    ଯେକୋୖଣସି ପରିସ୍ଥିତି ରେ ମଧ୍ୟ high court ବେଞ୍ଚ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରତିଷ୍ଠା ହେବାର ଆବଶ୍ୟକତା ଅଛି ।