Related Contents

ରାୟଗଡା ଚଇତି କ୍ରୀଡା ୨୦୧୮

ରାୟଗଡା(ଗୋପୀନାଥ ଗୌଡ଼): ଚଇତି କ୍ରୀଡା ୨୦୧୮ରାୟଗଡା ପାଇଁ କ୍ରୀଡା ଉପ କମିଟିର ଏକ ବୈଠକ ଆରକ୍ଷୀ ଅଧିକ୍ଷକ ରାୟଗଡ ଶ୍ରୀ ରାହୁଲ ପି ଆର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବିଗତ ବର୍ଷ ଚଇତିରେ ଅନୁଷ୍ଠିତ ହୋଇଥିବା କ୍ରୀଡାକୁ ସ୍ଥାନ ଦେବା ସହିତ ଚଳିତ ବର୍ଷ ତିନିଗୋଟି କ୍ରୀଡାକୁ ସ୍ଥାନ ଦିଆଯାଇଛି । ସେହି କ୍ରୀଡା ଗୁଡିକ ହେଲା । ବାସ୍କେଟ ବଲ, ମହିଳା କୋବାଡି ଟ୍ୟାପ ଅଫ ପାର ଗେମ (ରୋସିଝିକା କ୍ରୀଡା) ସାମିଲ କରାଯାଇଛି । ରୋସିଝିକା କ୍ରୀଡ଼ାରେ ସିଭିଲ ସୋସାଇଟି ସଦସ୍ୟ ଓ ବାର ଏସୋସିଆସନ ସଦସ୍ୟ ଓ ପ୍ରେସ ଓ ମେଡିଆ ସଦସ୍ୟ ଏବଂ ସରକାରୀ ଅଧିକାରୀ ମାନେ ଅଂଶ ଗ୍ରହଣ କରିବାର ବ୍ୟବସ୍ତା ରହିଛି । ଚଳିତ ବର୍ଷ ଏହି କ୍ରୀଡା ପ୍ରଚାର ପ୍ରସାର ନିମନ୍ତେ ସମସ୍ତ ବ୍ଲକ, ସହରାଞ୍ଚଳ ଓ ଜିଲ୍ଲା ସଦର ମହକୁମାରେ ସୂଚନା ପ୍ରଦାନର ବ୍ୟବସ୍ତା କରାଯାଇଛି । ମହିଳା କୋବାଡି ଓ ବାସ୍କେଟ ବୋଲ ୧୬ତାରିଖରେ ହେବାକୁ ଥିବା ବେଳେ ୧୭ ତାରିଖରେ ମିନି ମାରାଥନ (ଗଣଦୌଡ) ଓ ଅନ୍ୟାନ୍ୟ କ୍ରୀଡା ଆରମ୍ଭ ହୋଇ ୨୨ତାରିଖ ସୁଦ୍ଧା ସମ୍ପର୍ଣ୍ଣ ହେବାର ଯୋଜନା କରାଯାଇଛି । ଏହି କ୍ରୀଡାର ପ୍ରତ୍ୟେକ ବିଭାଗରେ ଅଂଶ ଗ୍ରହଣ କରିବା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଅଂଶ ଗ୍ରହଣ କାରି ମାନଙ୍କର ପଞ୍ଜୀକରଣ ୧୫-୧୨-୨୦୧୮ସନ୍ଧ୍ୟା ସୁଦ୍ଧା ଶେଷ ହେବ । କିନ୍ତୁ, ଗଣଦୌଡ଼ ଓ ବରିଷ୍ଠ ନାଗରିକ ମାନଙ୍କର ଚାଲିବା ପ୍ରତିଯୋଗିତା ଓ ମୋନ୍ଥୋର ସାଇକେଲ ଚାଳନା (ବାଳିକା) ତିନିଚକିଆ ସାଇକେଲ ଚାଳନା ପ୍ରତିଯୋଗିତା (ଦିବ୍ୟାଙ୍ଗ) ମାନଙ୍କର ପଞ୍ଜୀକରଣ ପ୍ରତିଯୋଗିତା ଦିନ ଏବଂ ପ୍ରତିଯୋଗିତା ସ୍ଥାନରେ ହିଁ ହେବ । ଚଇତି କ୍ରୀଡ଼ାରେ ବହୁ ସଂଖ୍ୟକ ଅଂଶ ଗ୍ରହଣ କରିବା ପାଇଁ ଜିଲ୍ଲାର ସମସ୍ତ ଜନ ସାଧାରଣଙ୍କୁ ଅନୁରୋଧ
କରାଯାଇଛି । ଚଇତି ଗଣପର୍ବର ବାର୍ତ୍ତାକୁ କ୍ରୀଡା ମାଧମରେ ପ୍ରତ୍ୟକ ବ୍ୟକ୍ତି ବିଶେଷଙ୍କ ନିକଟରେ ପହଁଚାଇବାକୁ କ୍ରୀଡା କମିଟି ର ଅଧ୍ୟକ୍ଷ ତଥା ଆରକ୍ଷୀ ଅଧିକ୍ଷକ ସମସ୍ତଙ୍କୁ ନିବେଦନ ଜଣାଇଛନ୍ତି । ଏହି ବୈଠକରେ ଶ୍ରୀ ଦୁଷ୍ମନ୍ତ କୁମାର ମହାନ୍ତି, ରିତାରାଣୀ ମିଶ୍ର, ଡକ୍ଟର ନିରଂଜନ ବକ୍ସିପାତ୍ର, ବ୍ରଜ ସୁନ୍ଦର ନାୟକ, କେଦାରନାଥ ପଣ୍ଡା, ମନୋଜ କୁମାର ଗୋନ୍ତାୟତ, ରାଜେଶ କୁମାର ପାଡି, ଟି.ପି ପଟନାୟକ, ଯୋଗେଶ୍ୱର ଦାଶ, ସୁନୀଲ ଚନ୍ଦ୍ର ପଣ୍ଡା, ଶକ୍ତି ପ୍ରସାଦ ପାଣିଗ୍ରାହୀ, ପ୍ରଦୀପ କୁମାର ରୋବି ପ୍ରସାଦ, ସରୋଜ କୁମାର ମହାନ୍ତି, ଶିବ ପ୍ରସାଦ ମିଶି, ଗୋପୀନାଥ ଗୌଡ଼ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶ୍ରୀ ଟୁକୁ ବାରିକ ପ୍ରକଳ୍ପ ପ୍ରଶାସକ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ରାୟଗଡ଼ା ବୈଠକ ପରିଚାଳନା କରିଥିଲେ ।

Comments are closed.