Advertisements
Monday, July 13, 2020
Home Development ପ୍ରେସ ୟୁନିଅନ ରାୟଗଡା ଓ ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡା ଶାଖାର ବନ୍ଧୁମିଳନ କାର୍ଯ୍ୟକ୍ରମ

ପ୍ରେସ ୟୁନିଅନ ରାୟଗଡା ଓ ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡା ଶାଖାର ବନ୍ଧୁମିଳନ କାର୍ଯ୍ୟକ୍ରମ


ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ସଂକେଶ ମନ୍ଦିର ନିକଟରେ ପ୍ରେସ ୟୁନିଅନ ରାୟଗଡା ଓ ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡା ଶାଖା ତରଫରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି |

ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ଅତିଥି ଭାବେ ଉତ୍କଳ ଆଲୁମିନାର ଶ୍ରୀ ରାକେଶ ମିଶ୍ର, ସମୀର ମହାନ୍ତି, ଇମ୍ଫାର ଅଜୟ ସିଂଘ, ଜେ କେ କାଗଜ କଳର ଏସ କେ ନାଥ, ପ୍ରେସ କ୍ଲବରୁ ଗୋପରଞ୍ଜନ ବକ୍ସି ପାତ୍ର, ରାଜେଶ ପଟ୍ଟନାୟକ, ରଞ୍ଜନ ରଥ, ବରିଷ୍ଠ ସାମ୍ବାଦିକ ଏନ ଏନ ପାଢ଼ୀ, ରାୟଗଡା ଜ଼ିଲ୍ଲା ସାମ୍ବାଦିକ ସଂଘରୁ ବାଦଲ ଥା, ରବୀନ୍ଦ୍ର ପାଟଖଣ୍ଡଳ, ବିଜୟ ମିଶ୍ର ଓ ଅନ୍ୟ ମାନଙ୍କ ମଧ୍ୟରେ ଶିବାଜୀ ଦାସ, ସଂଗ୍ରାମ ପଟ୍ଟନାୟକ, କେ କେ ଜେନା, ରାୟଗଡା ଉନ୍ନୟନ ପରିଷଦ ସଭାପତି ଯୋଗ ଦେଇଥିଲେ | ଆରମ୍ଭରୁ ପ୍ରେସ ୟୁନିଅନ ସମ୍ପାଦକ ସୁବାଷ ସୂର୍ଯ୍ୟ ସ୍ୱାଗତ ସମ୍ବର୍ଧନା କରିଥଲେ | ସଭାପତି ଦୟାନନ୍ଦ ଖାଡ଼ଙ୍ଗା ଗତ ବର୍ଷ ୟୁନିଅନ କଣ କାର୍ଯ୍ୟକ୍ରମ କରିଛି ତାହାର ସୂଚନା ଦେଇଥିଲେ | ଜ଼ିଲ୍ଲାର ସମସ୍ତେ ସାମ୍ବାଦିକ କିପରି ସ୍ୱାସ୍ଥ୍ୟ ବୀମା କାର୍ଡ କିପରି ପାଇବେ, ସାମ୍ବାଦିକଙ୍କ ନିମନ୍ତେ କଲ୍ୟାଣ ପାଣ୍ଠି ଗଠନ ନିମନ୍ତେ ପ୍ରସ୍ତାବ କରିଥିଲେ | ଏଥିପାଇଁ ବିଶେଷ ଆଲୋଚନା ହୋଇଥିଲା | ଏହି କାର୍ଯ୍ୟକ୍ରମରେ ପ୍ରେସ ୟୁନିଅନ ରାୟଗଡାର ସମସ୍ତ ସଭ୍ୟ ଯୋଗ ଦେଇଥିଲେ | ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ସମସ୍ତ ସାମ୍ବାଦିକ ମାନେ ମତ ଦେଇଥିଲେ | ସାମ୍ବାଦିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଏକ ହେଲଥ କ୍ୟାମ୍ପର ଆୟୋଜନ ନିମନ୍ତେ ଉତ୍କଳ ଆଲୁମିନା ଇମ୍ଫା ଜେକେ କମ୍ପାନୀକୁ ପ୍ରସ୍ତାବ ଦିଆଯାଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: