Related Contents

ଘାଡ଼ାବେଡ଼ା ବିଦ୍ୟାଳୟ ଆରମ୍ଭ ହେବ କେବେ?

ବୈପାରୀଗୁଡା(ଏନ ସନ୍ତୋଷ କୁମାର): କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଂଚାୟତର ଘାଡ଼ାବେଡ଼ା ଗ୍ରାମରେ ସରକାର ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ତିଆରି ଶେଷ ହୋଇ ଦୁଇ ବର୍ଷ ବିତିଗଲାଣି କିନ୍ତୁ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନି |

ଏହି ଅଂଚଳରେ ବଲ୍ଲିଭତା ଓ ଘାଡ଼ାବେଡ଼ା ଗ୍ରାମର ପ୍ରାୟ ୪୦ରୁ ଅଧିକ ଛ ବର୍ଷରୁ ଅଧିକ ପିଲା ଅଛନ୍ତି | କିନ୍ତୁ ପିଲାମାନେ ଶିକ୍ଷା ଗ୍ରହନରୁ ବଂଚିତ ଅଛନ୍ତି | ଲକ୍ଷ ଲକ୍ଷ ତାଙ୍କ ଖର୍ଚ୍ଚ କରି ତିଆରି କରିଥିବା ବିଦ୍ୟାଳୟ ବର୍ତ୍ତମାନ ବ୍ୟବହାର ନ କରିବା ଯୋଗୁଁ ଭଗ୍ନ ଅବସ୍ଥାକୁ ଗଲାଣି | ଏହି ବିଷୟକୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ବିଦ୍ୟାଳୟ ତିଆରି ହୋଇଥିବା ଘଟଣା ଜାଣି ନାହାନ୍ତି ବୋଲି ଉତ୍ତର ରଖିଥିଲେ | ସ୍ଥାନୀୟ ସରପଞ୍ଚ ପ୍ରହଲ୍ଲାଦ ପାଙ୍ଗି ଏହି ଘଟଣାକୁ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି | ଯଦିଓ ଶୀଘ୍ର ଏହି ଘାଡ଼ାବେଡ଼ା ପ୍ରାଥମିକ ବିଦ୍ୟାଳୟ ଆରମ୍ଭ ନ ହେବ ବିଦ୍ୟାଳୟ କୋଠାଘର ନଷ୍ଟ ହେବ ସହ ଛୋଟ ପିଲାଙ୍କ ଭବିଷ୍ୟତ ମଧ୍ୟ ନଷ୍ଟ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି |

Comments are closed.