Friday, March 29, 2024

Top 5 This Week

Related Posts

କଲ୍ୟାଣସିଂହପୁର ବ୍ଲକରେ ପ୍ରଥମ ଦିନ ରେ ନାମାଙ୍କନ ପତ୍ର ଦାଖଲ ଜାରି

ରିପୋର୍ଟ : ଅକ୍ଷୟ କୁମାର ପିଡିସିକା
କଲ୍ୟାଣସିଂହପୁର, (୧୭/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ନିର୍ବାଚନ ଅଧିକାରୀ ଚଳିତ ମାସ ୧୩ ତାରିଖରେ ନିର୍ବାଚନ ପାଇଁ ସୂଚନା ଜାରୀ କରିଛନ୍ତି ।

କଲ୍ୟାଣସିଂହପୁର ବ୍ଲକରେ ୧୭ ରୁ ୨୧ ତାରିଖ ୫ ଦିନ ମଧ୍ୟରେ ମନୋନୟନ ପତ୍ର ପ୍ରତ୍ୟେକ ପଞ୍ଚାୟତ କୁ ନିୟୋଜିତ ହୋଇଥିବା ନିର୍ବାଚନ ଅଧିକାରୀ ଙ୍କୁ ନିର୍ଗମନ ଓ ପ୍ରଦାନ କରିବାକୁ କହିଛନ୍ତି । ୨୨ ତାରିଖରେ ମନୋନୟନ ପତ୍ର ଯାଞ୍ଚ, ୨୫ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଓ ପ୍ରତିଦ୍ୱନ୍ଦୀତା କରୁଥିବା ପ୍ରାର୍ଥୀ ମାନଙ୍କର ଚୂଡାନ୍ତ ତାଲିକା ପ୍ରକାଶ କରାଯିବ ବୋଲି କହିଛନ୍ତି ।

ଫେବୃୟାରୀ ମାସ ୧୬,୧୮,୨୦,୨୨,୨୪ ତାରିଖରେ ଭୋଟ ମତଦାନ ଥିବା ବେଳେ ।୨୬ ଓ୨୮ ଭୋଟ ଗଣତି ଫଳାଫଳ ଘୋଷଣା କରାଯିବ । ମାର୍ଚ୍ଚ ମାସରେ ପରୋକ୍ଷ ନିର୍ବାଚନ କରାଯିବ ୧୧ ତାରିଖ ରେ ନାଏବ ସରପଞ୍ଚ, ୧୨ ତାରିଖ ପଞ୍ଚାୟତ ସମିତି ଅଧ୍ୟକ୍ଷ, ୧୩ ତାରିଖ ଜିଲ୍ଲା ପରିଷଦ ସଭାପତି, ୨୩ ତାରିଖରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ୨୫ ତାରିଖ ଜିଲ୍ଲା ପରିଷଦ ଉପ ସଭାପତି ନିର୍ବାଚନ ଫଳ ଘୋଷଣା କରାଯିବ ବୋଲି ସୂଚନା ଜାରୀ କରାଯାଇଛି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଶାୟୀ ପ୍ରାର୍ଥୀ ମାନେ ଟଣା ଓଟରା ହେଉ ଥିବା ଶୁଣିବାକୁ ମିଳିଛି । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ବିଭିନ୍ନ ପ୍ରାର୍ଥୀ ପାଇଁ ଟଣାଓଟରା ଜଣାପଡିଛି । ପଞ୍ଚାୟତ ନିର୍ବାଚନ କୁ ନେଇ ବିଭିନ୍ନ ଦଳ ପକ୍ଷରୁ ଜୋର ସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରାର୍ଥୀ ଚୟନ ପାଇଁ ନେତା ଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଗୋଟିଏ ଆସନ ପାଇଁ ୮ ରୁ ୧୦ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପ୍ରସ୍ତୁତ ରହିଥିବା ବେଳେ ଶାସକ ବିଜେଡି, କଂଗ୍ରେସ, ବିଜେପି, ବହୁଜନ ସମାଜ ପାର୍ଟି ଏବେ ଚିନ୍ତାରେ ।

ଆଗକୁ ଦେଖିବା ପାଇଁ ବାକି ରହିଲା କେଉଁ ଦଳ ଉପଯୁକ୍ତ ପ୍ରାର୍ଥୀ କୁ ଚୟନ କରି ବାଜି ମାତ କରିବ । ଆଶାୟୀ ପ୍ରାର୍ଥୀ ଙ୍କୁ ସୁଯୋଗ ନ ମିଳିଲେ ଅନ୍ୟ ଦଳ କୁ ଡିଆଁ ମାରିବାକୁ ପ୍ରସ୍ତୁତ ରହିଥିବା ଶୁଣିବାକୁ ମିଳିଛି ।

Popular Articles